oom

ଟ୍ରଷ୍ଟଫଣ୍ଡ କଲେଜ ଶ୍ରେଣୀଗୃହ ଭିତରେ ଜିଓ ମୋବାଇଲର ପ୍ରଚାର : ଅନୁମତି ଦେଲା କିଏ, ସାଧାରଣରେ ପ୍ରଶ୍ନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ମଧ୍ୟରେ ଥିବା ସରକାରୀ ମହାବିଦ୍ୟାଳୟ ଟ୍ରଷ୍ଟଫଣ୍ଡ କଲେଜ ଶ୍ରେଣୀଗୃହରେ ଗତ ମଙ୍ଗଳବାର ଦିନ ପାଠପଢା ସମୟରେ କଲେଜ ଶ୍ରେଣୀଗୃହ ଭିତରେ ଜିଓ କମ୍ପାନୀର ୫ଜି ସେବା ବିଷୟରେ କର୍ମଶାଳା ଆୟୋଜନ କରିବା ବିଷୟ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଭିଡିଓ ସହିତ କେତେକ ଫୋଟ ଘୁରି ବୁଲିବା ସହିତ ଲୋକେ ନିଜର ଅସନ୍ତୋଷ ଜାହିର କରୁଥିବା ଦେଖିବାକୁ ମିଳୁଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଗୋଟେ ସରକାରୀ କଲେଜରେ ପାଠ ପଢା ସମୟରେ ଏକ ଘରୋଇ କମ୍ପାନୀ ବିଷୟରେ ଛାତ୍ର ଛାତ୍ରୀଙ୍କୁ ନେଇ କର୍ମଶାଳା ଆୟୋଜନ କରିବାକୁ ହେଲା ଏନେଇ କକେଜ କତ୍ତୃପକ୍ଷ ଉତ୍ତର ରଖିବା ପାଇଁ ଏକପ୍ରକାର ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଅଛି । ଅକ୍ଟୋବର ଦୁଇ, ନଭେମ୍ବର ୧୪, ଇସ୍ରୋର ସଫଳତା, ଅବ୍‌ଦୁଲ କଲାମଙ୍କ ଜୀବନୀ, ବୀର ସୁରେନ୍ଦ୍ର ସାଏ, ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରି, ଘେସଁ ଜମିଦାର ମାଧୋ ସିଂଙ୍କ ବିରତ୍ୱ ଉପରେ ମହାବିଦ୍ୟାଳୟ ପରିସରରେ କେବେ କର୍ମଶାଳା ଆୟୋଜନ ହୋଇନଥିବା ବେଳେ ଗୋଟେ ଘରୋଇ କମ୍ପାନୀର ପ୍ରଚାର ପ୍ରସାର କରିବାକୁ ଯାଇ କର୍ମଶାଳା ଆୟୋଜନ କରିବା ତାହା ପୁଣି କଲେଜ କ୍ୟାମ୍ପସ ଭିତରେ, ପାଠପଢା ସମୟରେ ତାକୁ ସାଧାରଣ ଲୋକେ ଗ୍ରହଣ କରି ପାରୁନାହାନ୍ତି ।

jittmm
Leave A Reply

Your email address will not be published.