oom

ବେଲପଡା ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

jsmm

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିନଭ ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ବିଇଓ ଅଭିନଭ ମିଶ୍ର ଯୋଗ, ବୈଦିକ ଗଣିତ, ଆୟୁର୍ବେଦ, ବିଭିନ୍ନ ଶାସ୍ତ୍ର, ଭାରତୀୟ ଜ୍ଞାନ ବିଜ୍ଞାନ ପରମ୍ପରାକୁ ଜାଣିବାକୁ ହେଲେ ସଂସ୍କୃତ ଅଧ୍ୟୟନ ନିତାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ସହ ସଂସ୍କୃତି ରକ୍ଷା ଦିଗରେ ଆଧୁନିକ ଯୁଗରେ ସଂସ୍କୃତ ଭାଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସ୍ବାଗତ ଭାଷଣ ଦେଇଥିଲେ ସଂସ୍କୃତ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବୁଡେକ ସଂସ୍କୃତ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ସଂସ୍କୃତି ଏବଂ ସଂସ୍କାର ଜ୍ଞାନ ପାଇଁ ସମସ୍ତ ସଂସ୍କୃତ ଅଧ୍ୟୟନ କରିବା ଉଚିତ ବୋଲି ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମବେତ ସ୍ବରରେ ଛାତ୍ରୀମାନେ ସଂସ୍କୃତ ସ୍ବାଗତ ଗୀତ ଗାନ କରିଥିଲେ । ସଂସ୍କୃତ ଗୀତରେ ନୃତ୍ୟ, ଶ୍ଳୋକ ଉଚ୍ଚାରଣ, ସଂସ୍କୃତ ସାମାନ୍ୟ ଜ୍ଞାନ ପରୀକ୍ଷା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରୀମାନେ ପୁରସ୍କୃତ ମଧ୍ୟ ହୋଇଥିଲେ ।
ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତ ବିଜ୍ଞାନ ପ୍ରଦର୍ଶନୀ ଏବଂ ବସ୍ତୁ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ବିଭିନ୍ନ ଦାୟିତ୍ଵ ରେ ଅଶୋକ ପଣ୍ଡା, ସୈାଦାମିନୀ ମେହେର, ସ୍ପନ୍ଦନ ଯୋଶୀ, ରାକେଶ ରାଉତ,ତାପସ କୁଅଁର ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶେଷ ସହଯୋଗ କରିଥିଲେ।

jittmm
Leave A Reply

Your email address will not be published.