ବଲାଙ୍ଗିରଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ସନ୍ତରଣ ଓ ଯୋଗାସନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ମିଲେଟ୍ ମିଶନ୍ ତଥା ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ଆଜି ସ୍ଥାନୀୟ ଆର୍.ଏନ୍‌. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଏକ ସନ୍ତରଣ ଓ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ୍ ୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ଓଡ଼ିଶା ମିଲେଟ୍ ମିଶନ୍‌ର ପ୍ରକଳ୍ପ ଅଧିକାରୀ ସୁନନ୍ଦା ସାହୁ ଯୋଗଦେଇ ମାଣ୍ଡିଆ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ହୋଇଥିବାରୁ ଖେଳାଳିଙ୍କ ସମେତ ସମସ୍ତଙ୍କ ପାଇଁ ଏହା ବେଶ୍ ଉପଯୋଗୀ ବୋଲି ଦର୍ଶାଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମିଲେଟ୍ ମିଶନ୍‌ର ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସ୍ଥାନୀୟ କଲେଜଛକ ସ୍ଥିତ ଆମର୍ ମିଲେଟ୍‌ର ତ୍ରିରଙ୍ଗା ସ୍ଵୟଂ ସହାୟକ ଗୋଷ୍ଠୀର ସହାୟତାରେ ପ୍ରତିଯୋଗୀମାନଙ୍କୁ ମିଲେଟ୍ ଟିଫିନ୍ ବଣ୍ଟନ କରାଯାଇଥିଲା ଅତିରିକ୍ତ ଜିଲ୍ଲା ସଂଯୋଜକ ଜ୍ୟୋତି ରଞ୍ଜନ ସାମଲ ଓ ସମିଧା ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.