csstore

ନୂଆପଡାରେ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ : ରୋଡ ସୋ’ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା, (କେପିଏନ୍‌ଏସ୍‌) : ଓଡିଶାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ୱକପ୍ । ଯାହା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ବୁଲୁଛି ହକି ଟ୍ରଫି । ଆଜି ନୂଆପଡା ଜିଲ୍ଲାରେ ମଧ୍ୟ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ନୂଆପଡା ମିନି ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ହେମକାନ୍ତ ସାଏ ସହ ଏସପି, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପ୍ରଶାସନିକ ଅଧିକାରୀ, ଏନ୍‌ଏସି ଅଧ୍ୟକ୍ଷ, ଖେଳାଳି, ପୋଲିସ କର୍ମଚାରୀ, ଯବାନ ଏଭଳି ସମସ୍ତେ ଯୋଗ ଦେବା ସହ ହକି ଟ୍ରଫିକୁ ସ୍ୱାଗତ କରାଯାଇଛି । ଏହା ଭିତରେ ଆନ୍ତର୍ଜାତୀୟ ଚେସ୍‌ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓ ମାରାଥନ ରେସ୍‌ରେ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହାପରେ ଏକ ରୋଡ ସୋ’ରେ ନୂଆପଡା ସହର ପରିକ୍ରମା କରିବ ହକି ଟ୍ରଫି ।

jayashree
Leave A Reply

Your email address will not be published.