ଗାଁକୁ ପଶିଲେ ମା’ ଓ ଛୁଆ ଭାଲୁ : ଲୋକେ ଆତଙ୍କିତ

ନୂଆପଡା, (ନିରାକାର ମେହେର) : ସଦର ବ୍ଲକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘରର ବାଡିକୁ ମା’ ଓ ଛୁଆ ଭାଲୁ ପଶିଥିଲେ । ଏବେ ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଲାଉଛନ୍ତି । ଆଜି ସକାଳେ ସଦର ବ୍ଲକ ଗୋଡଫୁଲା ଗାଁକୁ ମା’ ଓ ଛୁଆ ଭାଲୁ ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ । ଅପରାହ୍ନ ୩ଟାରେ ଗାଁର ଅଧିକ ମାଝୀଙ୍କ ବାଡିକୁ ପଶି ଯାଇଥିଲେ । ସେଠାରେ ୨ ଘଣ୍ଟା ରହିବା ପରେ ବାଡିରୁ ବାହାରିଥିଲେ । ଏବେ ଗାଁ ମୁଣ୍ଡରେ ଦୁଇ ଭାଲୁ ଆତଙ୍କ ଖେଳାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗାଁ ନିକଟ ସାଲିହା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଦୁଇ ଭାଲୁ ଗାଁକୁ ପଶିଥିବା ଲୋକେ କହୁଛନ୍ତି ।

Leave A Reply

Your email address will not be published.