ଅଗ୍ନିବୀରଙ୍କ ନିମନ୍ତେ ଶିକ୍ଷା ଓ ତାଲିମକୁ ସ୍ୱୀକୃତି

  • ଚାକିରି କାଳ ମଧ୍ୟରେ ଅଗ୍ନିବୀର ନେଇଥିବା ତାଲିମକୁ ଶିକ୍ଷା ମନ୍ତ୍ରଣାଳୟ ସ୍ନାତକ ଡିଗ୍ରୀ ପାଇଁ ବିଚାରକୁ ନେବ
  • ଇଗନୋର ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସ୍ନାତ୍ତକ କାର୍ଯ୍ୟକ୍ରମରେ ଚାକିରି କାଳକୁ ୫୦ ପ୍ରତିଶତ କ୍ରେଡିଟ ଗୁରୁତ୍ୱ ମିଳିବ ଓ ଅବଶିଷ୍ଟ ଅନ୍ୟାନ୍ୟ ପାଠ୍ୟକ୍ରମରୁ ଆସିବ
  • କାର୍ଯ୍ୟକ୍ରମ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଅନୁମତି ଦେଇଥିବା ବେଳେ, ପ୍ରତ୍ୟେକ ସ୍ତର ପାଇଁ ଉପଯୁକ୍ତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବ
  • ଇଗନୋ ଦ୍ୱାରା ପ୍ରଦତ୍ତ ଉପାଧି ଭାରତ ଓ ଭାରତ ବାହାରେ କର୍ମ ସଂସ୍ଥାନ ଓ ଶିକ୍ଷା ପାଇଁ ସ୍ୱୀକୃତ ହେବ
  • କାର୍ଯ୍ୟକ୍ରମ ଅଗ୍ନବୀରମାନଙ୍କ ନିମନ୍ତେ ବେସାମରିକ କ୍ଷେତ୍ରରେ ମଧ୍ୟ କର୍ମ ସଂସ୍ଥାନ ସୁଯୋଗ ପ୍ରଦାନ କରିବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ ଜୁନ ୧୪, ୨୦୨୨ ଦିନ ଭାରତୀୟ ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛି । ଏହାଫଳରେ ଭାରତୀୟ ଯୁବକ ଯୁବତୀମାନେ ସଶକ୍ତ ସେନା ଅଗ୍ନିପଥରେ ଯୋଗଦେବେ ଓ ଏଥିରେ ବଛା ଯାଉଥିବା ପ୍ରାର୍ଥୀମାନେ ଅଗ୍ନିବୀର ଭାବେ ବିବେଚିତ ହେବେ । ଅଗ୍ନିପଥ ଉତ୍ସାହୀ ଓ ଦେଶପ୍ରେମୀ ଯୁବକ ଯୁବତୀଙ୍କୁ ସଶକ୍ତ ସେନାରେ କାର୍ଯ୍ୟ କରିବାକୁ ଚାରିବର୍ଷ ନିମନ୍ତେ ଅନୁମତି ଦେବ । ଅଗ୍ନିପଥ ଯୋଜନା ସଶକ୍ତ ସେନାରେ ଏକ ଯୁବ ସୁଲଭ ଦୃଶ୍ୟପଟ ସୃଷ୍ଟି ପାଇଁ କରାଯାଇଛି ।
ଭବିଷ୍ୟତରେ ବୃତ୍ତିଗତ ଅଭିଳାଷ ରଖିଥିବା ଆମର ଅଗ୍ନିବୀରମାନଙ୍କୁ ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରିବାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି । ଏହି ତିନିବର୍ଷିଆ କୌଶଳ ବିକାଶ ଭିତ୍ତିକ ସ୍ନାତକ ଉପାଧି କାର୍ଯ୍ୟକ୍ରମରେ ସେମାନଙ୍କ ସେନାରେ ନେଇଥିବା କୌଶଳଗତ ତାଲିମକୁ ବେସାମରିକ କ୍ଷେତ୍ରରେ ନିଯୁକ୍ତି କାଳରେ ବିଚାରକୁ ନିଆଯିବ ।
ଇଗନୋ ପକ୍ଷରୁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ ଇଗନୋ ହିଁ କାର୍ଯ୍ୟକାରୀ କରୁଥିବା ବେଳେ ସ୍ନାତ୍ତକ ଉପାଧି ନିମନ୍ତେ ଆବଶ୍ୟକ ଶତକଡ଼ା ୫୦ ଭାଗ ଗୁରୁତ୍ୱ ଅଗ୍ନିବୀରମାନେ ଚାକିରି କ୍ଷେତ୍ରରେ ହାସଲ କରିଥିବା ତାଲିମରୁ ହିଁ ଦିଆଯିବ । ଅଗ୍ନିବୀର ପାଇଥିବା ବୈଷୟିକ ବା ଅଣ ବୈଷୟିକ ତାଲିମରୁ ଶତକଡ଼ା ୫୦ ଭାଗ ବିଚାରକୁ ନିଆଯାଉଥିବା ବେଳେ ଅବଶିଷ୍ଟ ୫୦ ଭାଗ ସେମାନେ ପଢୁଥିବା ବିଭିନ୍ନ ପାଠ୍ୟକ୍ରମ ଉପରେ ନିର୍ଭର କରିବ । ଏ ବିଷୟଗୁଡ଼ିକ ହେଲା ଭାଷାତତ୍ତ୍ୱ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ସମାଜତତ୍ତ୍ୱ, ଗଣିତ, ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ବୃତ୍ତିଗତ ଶିକ୍ଷା, କୃଷି ଓ ଜ୍ୟୋତି ଓ ପରିବେଶ ଶିକ୍ଷା ଓ ଇଂରାଜୀରେ ଯୋଗାଯୋଗ କୌଶଳ ଭଳି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ମାନ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମଗୁଡ଼ିକ ୟୁଜିସି ନିୟମ ଅଧିନ ଓ ଜାତୀୟ ଶିକ୍ଷାନୀତି ୨୦୨୨ର ଜାତୀୟ କ୍ରେଡିଟ ଫ୍ରେମୱାର୍କ/ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱାର୍କ (ଏନଏସକିଉଏଫ) ସହ ଯୋଡ଼ା ଯାଇଛି । ଏହାର ବହୁମୁଖୀ ପ୍ରସ୍ଥାନ ଦିଗ ମଧ୍ୟ ରହିଛି । ପ୍ରଥମ ବର୍ଷ ପାଠ୍ୟକ୍ରମ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ନିମ୍ନ ସ୍ନାତ୍ତକ ପ୍ରମାଣପତ୍ର, ପ୍ରଥମ ଓ ଦ୍ୱିତୀୟ ବର୍ଷ ନିମ୍ନ ସ୍ନାତ୍ତକ ଡିପ୍ଲୋମାର ସଫଳତାର ସହ ଉତ୍ତୀର୍ଣ୍ଣ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନି ବର୍ଷର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମାପନ ।
ଏହି କାର୍ଯ୍ୟକ୍ରମର ଢାଞ୍ଚାକୁ ବିଭିନ୍ନ ନିୟାମକ ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି- ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଜାତୀୟ ବୃତ୍ତିଗତ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି) ଏବଂ ୟୁଜିସି । ୟୁଜିସିର ବିଭିନ୍ନ ନାମ ପଦ୍ଧତି ଅନୁସାରେ ସ୍ନାତ୍ତକ ଉପାଧି ପ୍ରଦାନ ଇଗନୋ ଦ୍ୱାରା କରାଯିବ (ବିଏ, ବି କମ, ବିଏ(ବୃତ୍ତିଗତ) ବିଏ (ପର୍ଯ୍ୟଟନ ପରିଚାଳନା) ଓ ଏହି ଉପାଧି ଓ ଭାରତ ବାହାରେ ଶିକ୍ଷା ଓ କର୍ମ ସଂସ୍ଥାନ ପାଇଁ ଅଧିସ୍ୱୀକୃତି ହେବ ।
ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥଳ ସେନା, ନୌସେନା ଓ ବାୟୁସେନା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିବେ ।

Leave A Reply

Your email address will not be published.