ବଲାଙ୍ଗିର ଘରୋଇ ବସ୍‌ ଷ୍ଟେସନରେ ନିରାଡମ୍ବର ବିଶ୍ୱକର୍ମା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ୍‌ ଷ୍ଟେସନ୍‌ରେ ନିରାଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ କେବଳ ନୀତିକାନ୍ତ ରକ୍ଷା ପାଇଁ ପୂଜା କରାଯାଇଛି । ପରମ୍ପରା ରକ୍ଷା କରିବାକୁ କୋଭିଡ-୧୯ ଆଇନକୁ ସବୁ ଦୃଷ୍ଟିରୁ ନଜର ରଖି ବିଶ୍ୱକର୍ମା ପୂଜା କରାଯାଇଥିବା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ବିଗତ ବର୍ଷମାନଙ୍କରେ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.