ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହର ତଥା ଆଖପାଖ ଅଂଚଳ ଯଥା-ସୋହେଲା, ବିଜେପୁର, ଦିପ୍ତିପୁର, ଝାରବନ୍ଧ, ପାଇକମାଲ, ଗାଇସିଲେଟ ଇତ୍ୟାଦି ସମଗ୍ର ବ୍ଲକ ଅଂଚଳରେ ଥିବା ସହର ସମେତ ଗ୍ରାମାଂଚଳମାନଙ୍କରେ ଆଜି ସୃଷ୍ଟିର ନିର୍ମାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ନିରାଡମ୍ବର ଭାବେ ପାଳନ କରାଯାଇଛିା ମୁଖ୍ୟତଃ ସରକାରଙ୍କ ନିର୍ଦ୍ଦେଶାନାମାକୁ ପାଳନ ପୂର୍ବକ କୋଭିଡ-୧୯ କୁ ଆଖିଆଗରେ ରଖି ତଥା ସାମାଜିକ ଦୂରତା ଦୃଷ୍ଟିରେ ରଖି ଗ୍ରାମାଂଚଳ ମାନଙ୍କରେ ପୂଜା କରାଯାଇଛିା ପାଇକମାଲ ବ୍ଲକର ମାଣ୍ଡୋସିଲ, ଲଖମରା, ମଧୁନଗରଛକ(ଧୂମାଭଟା) ଏବଂ ବୁକୁରାମୁଣ୍ଡା ସ୍ଥିତ ବାବା ବିଶ୍ୱକର୍ମା ଚାଳକ ସଂଘ ତରଫରୁ ପୂଜା କାର୍ୟ୍ୟ ସଂପନ୍ନ ହୋଇ ଯାଇଛି । ବୁକୁରାମୁଣ୍ଡାର ବାବା ବିଶ୍ୱକର୍ମା ଚାଳକ ସଂଘର କର୍ମକର୍ତ୍ତା ସଭାପତି ଛବିଳ ବାରିକ, ଉପସଭାପତି ଗୋରାଚାନ୍ଦ ବାରିକ, ସଂପାଦକ ଅଜିତ ବାରିକ, ସହସଂପାଦକ ରାଜକିଶୋର ବାରିକ, କୋଷାଧ୍ୟକ୍ଷ ବଡ ଭୋଇ ଏବଂ ସଂଘର ସଭ୍ୟ ସର୍ବଶ୍ରୀ ପ୍ରକାଶ ବାରିକ, ଦିଲ୍ଲିପ ବାରିକ, ମୁରଲୀ ବାରିକ ଓ ହେମନ୍ତ ପଶାୟତ ପୂଜକ ତଥା ବାବା ବିଶ୍ୱକର୍ମାଙ୍କ ଆଶିଷ ଭିକ୍ଷା କରିଥିଲେ ।

Leave A Reply

Your email address will not be published.