oom

ବଲାଙ୍ଗିର ବିଜେଡି.ର ସକ୍ରିୟ ବରିଷ୍ଠ ନେତା ଘୁଣ୍ଡୁ ଦାଶଙ୍କ ବିୟୋଗରେ ଶୋକସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତା ସ୍ବର୍ଗତ ସୁଶିଲ କୁମାର ଦାଶ ଉର୍ଫ ଘୁଣ୍ଡୁ ଦାଶଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ତାଙ୍କର ପରିବାରବର୍ଗ ପ୍ରତି ସମବେଦନା ଜଣାଇଥିଲେ ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ କର୍ମକର୍ତ୍ତାଗଣ । ବରିଷ୍ଠ ନେତା ଓଁକାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ଘୁଣ୍ଡୁ ଦାଶ ଙ୍କ ସ୍ମୃତି ଉଦ୍ଦେଶ୍ଯରେ ବକ୍ତାମାନେ ତାଙ୍କର ସମାଜସେବୀ ଗୁଣ ଓ ମାଲପଡା ଟିକ୍ରାପଡା ଅଞ୍ଚଳରେ ଥିବା ତାଙ୍କର ତ୍ରୁଣମୂଳ ସ୍ତରୀୟ ସାଙ୍ଗଠନିକ ଦକ୍ଷତାକୁ ଭୁୟଶୀ ପ୍ରଶଂସା କରି ବିଗତ ଦିନର ନିର୍ବାଚନ ସମୟରେ ତାଙ୍କର ପାରଦଶିର୍ତାକୁ ପରୋକ୍ଷରେ ପ୍ରଶଂସା କରି ତାଙ୍କର କ୍ଷତି ଦଳ ପାଇଁ ଅପୂରଣୀୟ ବୋଲି କହିଥିଲେ । ସ୍ବର୍ଗତ ଦାଶଙ୍କ ବିୟୋଗରେ ରାଜ୍ଯ ବରିଷ୍ଠ ନେତା ଅନଂଗ ଉଦୟ ସିଂହଦେଓ ଜନତା ଦଳ ସମୟରେ ବା ବିଜୁ ଜନତା ଦଳ ଗଠନ ପରେ ଘୁଣ୍ଡୁ ଦାଶଙ୍କ ଦଳ ପ୍ରତି ନିଃସ୍ଵାର୍ଥପର ଅବଦାନ ଏକ ଅଭୁଲା ସ୍ମୃତି ହୋଇ ରହିବା ସହିତ ତାଙ୍କର ବିୟୋଗରେ ସେ ମର୍ମାହତ ବୋଲି ଫୋନ ଜରିଆରେ ଦୁଃଖ ପ୍ରକାଶ କରିଥିବା ବେଳେ କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ ଗଭୀର ଶୋକପ୍ରକାଶ କରିଛନ୍ତି । ଆଜିର ଏହି ଶୋକସଭାରେ ବିଜେଡି ନଗର ସଭାପତି ମହେନ୍ଦ୍ର ବାଗ, ପୂର୍ବତନ ବଲାଙ୍ଗିର ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ମୁନା ଖାଁ, ଶମ୍ଭୁ ନାଗ, ନରସିଂହ ବାଗ, ଭଗବାନ ବଗର୍ତୀ, ବୈଷ୍ଣବ ସାହୁ, ସଞ୍ଜିବ ମିଶ୍ର, ଶିବ ପ୍ରସାଦ ବେହେରା, ପ୍ରଦୀପ ସାହୁ, ବାଲାଜୀ ପଣ୍ଡା, ରାଜୁ ଦାସ, ବିନୁ ଶତପଥୀ, ସନ୍ତୋଷ ଦନ୍ତା, ସୋନୁ, ସୁରେନ୍ଦ୍ର ସିଂ ବୁଡେକ, ପ୍ରେମଜିତ ଯୋଷୀ, କାଳିଦାସ, ବେଞ୍ଜାମିନ କିରୋ , ଉମେଶ ପଣ୍ଡା, ରଞ୍ଜନ ମହାରଣାଙ୍କ ସହିତ ଅନ୍ଯାନ୍ଯ କର୍ମକର୍ତ୍ତାଗଣ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।

jittmm
Leave A Reply

Your email address will not be published.