କରୋନା ଏବେ ପ୍ରାରମ୍ଭିକ ସ୍ଥିତିରେ ଅଛି, ଆଗକୁ ଆହୁରି ବିଗାଡ଼ିବ ଅବସ୍ଥା : ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ବିଶ୍ୱର ବେଶ୍‌ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଉପରେ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ, ଏବେ କରୋନା ମହାମାରୀ ପ୍ରାରମ୍ଭିକ ସ୍ଥିତିରେ ଅଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବା ବେଳକୁ ଆହୁରି ଖତର୍‌ନାକ୍‌ ହୋଇପାରେ ସ୍ଥିତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡେଭିଡ଼୍‌ ନାବ୍ରରୋ ଏହି ସୂଚନା ବ୍ରିଟେନ୍‌ ସଂସଦର ହାଉସ୍‌ ଅଫ୍‌ କମନ୍ସ ଫରେନ୍‌ ଆଫେୟାର୍ସ କମିଟିକୁ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଡେଭିଡ଼୍‌ ନାବ୍ରରୋ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷ ପ୍ରତିନିଧି ଅଟନ୍ତି ଏବଂ ବ୍ରିଟେନ୍‌ର ପ୍ରତିଷ୍ଠିତ ଇଂପେରିଅଲ୍‌ କଲେଜ ଲଣ୍ଡନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଗ୍ଲୋବାଲ୍‌ ହେଲ୍‌ଥ୍‌ ଇନୋଭେସନ୍‌ର କୋ-ଡାଇରେକ୍ଟର ମଧ୍ୟ ।

ଶ୍ରୀ ଡେଭିଡ଼୍‌ ମୁଖ୍ୟତଃ ୟୁରୋପକୁ ନେଇ କହିଛନ୍ତି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବା ପରେ ସ୍ଥତି ଆହୁରି ବିଗିଡ଼ି ଯାଇପାରେ । ସେ କହିଛନ୍ତି ଯେ, ଯେହେତୁ କରୋନା ଭାଇରସ୍‌ ଅସମ୍ଭାଳ ସ୍ଥିତିକୁ ଆସି ସାରିଛି, ଏଣୁ ବିଶ୍ୱରେ ଏହାର କାୟା ବିସ୍ତାର ଖୁବ୍‌ ଜୋର୍‌ରେ ଚାଲିଛି । ବିଶ୍ୱର କେବଳ ଆର୍ଥିକ ସ୍ଥିତିକୁ ନୁହେଁ, ସମସ୍ତ ସ୍ଥିତିକୁ ବିଗାଡ଼ିବାର ସମ୍ଭାବନା ବି ଦେଖା ଦେଲାଣି । ସେ ଏହା ବି କହିଛନ୍ତି, କୌଣସି ସାଇନ୍‌ସ୍‌ ଫିକ୍‌ସନ୍‌ ଫିଲ୍ମଠାରୁ କରୋନା ଆହୁରି ଖରାପ ସ୍ଥତିକୁ ଓହ୍ଲେଇ ସାରିଛି ।

Leave A Reply

Your email address will not be published.