csstore

ପାଞ୍ଚ ଦିନିଆ ଜୀବନ ବିଦ୍ୟାଳୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ଏଥ୍‌ଲେଟିକ ଏସୋସିଏସନ ପରିସରରେ ଚାଲିଥିବା ଜୀବନ ବିଦ୍ୟାଳୟ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ୱାର୍ଲଡ଼୍‌ ଭିଜନ ଇଣ୍ଡିଆ ଲୋଇସିଂହା ସହାୟତାରେ ଓ ଏସୋସିଏସନ ସହଯୋଗରେ ଦୀର୍ଘ ୫ ଦିନ ହେଲା ଚାଲିଥିଲା । ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ୧୫ ଜଣ ସ୍ୱେଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ଶିକ୍ଷା ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଦିବସରେ ଲୋଇସିଂହା ୩୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ୩୪ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବେହେରା, ୱାର୍ଲଡ଼ ଭିଜନ ଲୋଇସିଂହା ଏଡିପି ମେନେଜର ନିର୍ମଳା କୁମାରୀ ବେଜି, ବେଥ।ନୀ କନଭେଣ୍ଟ ସ୍କୁଲ ସୁପେରିଆର ସିଷ୍ଟର ସୁପ୍ରିତ।, ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରା ଓ ପୂର୍ବତନ ସରପଞ୍ଚ କୈଳାସ ଵରିହା ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିରଞ୍ଜନ ନାଗ, ଇଶ୍ମାଏଲ ହନୁମାନ, ଶଙ୍କର ନାଦମ ସାମିଲ ହୋଇଥିବା ବେଳେ ମଳୟ କୁମାର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକର ୨୨ଟି କେନ୍ଦ୍ରରେ ୧୨୦ ସ୍ୱେଚ୍ଛାସେବୀ ଓ ୨୬୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.