pakka

୫-ଟି ସଚିବଙ୍କୁ ଭେଟିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷ

kalikesh
  • ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ସହ ବ୍ଲକର ଉନ୍ନତିମୂଳକ ପଦକ୍ଷେପ ପାଇଁ ଦାବୀ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ୫-ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସାକ୍ଷାତ କରି ଆଲୋଚନା କରିଛନ୍ତି ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ । ସୋନଗଡ଼ ନଦୀରେ ବୋହି ଯାଉଥିବା ପାଣିକୁ ସୁବିନିଯୋଗ କରିବା ପାଇଁ ସୋନଗଡ଼ ନଦୀରେ ୩ରୁ ୪ଟି ବ୍ୟାରେଜ ନିର୍ମାଣ, ପ୍ରତ୍ୟେକ ପଞ୍ଚାୟତର ଆର୍ଥିକ ବିକାଶ ପାଇଁ ଅଧିକ ଅନୁଦାନ ଯୋଗାଇ ଦେବା ସହ ପ୍ରତି ପଞ୍ଚାୟତରେ ୪୦-୫୦ ହେକ୍ଟର ବିଶିଷ୍ଠ ଜମିରେ ଥିବା ବନ୍ଧକୁ ପୁନଃଉଦ୍ଧାର କରି ଏକ ଆଦର୍ଶ ପୋଖରୀ କରିବା ସହ ଦେଓଗାଁ ବ୍ଲକରେ ପଡ଼ିରହିଥିବା ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ ଓ ଉଠା ଜଳସେଚନଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବୀ କରିଛନ୍ତି ବୋଲି ଶ୍ରୀ ଖମାରୀ ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

1 + 3 =