pakka

ପରଲୋକରେ ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ସୁରେଖା ସିକ୍ରି

bbehera

ମୁମ୍ବାଇ : ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ହୋଇଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୯୭୮ରେ କିସା କୁର୍ସି କା ଚଲଚ୍ଚିତ୍ରରୁ ସେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ତିନୋଟି ବଲିଉଡ ଚଳଚ୍ଚିତ୍ର ତମସ, ମାମୋ ଓ ବଧାଇ ହୋ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ତାଙ୍କ ପରଲୋକରେ ବଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି ।

Leave A Reply

Your email address will not be published.

15 − 4 =