csstore

କତରକେଲା ଗାଁରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ ଅଧିନସ୍ଥ କତରକେଲା ଗାଁରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଟିଟିଲାଗଡ଼ ବ୍ଲକରେ ଏକ ମାତ୍ର ଗାଁ ଭାବରେ କତରକେଲା ଗାଁରେ ଏହି ସୋଭାଗ୍ୟ ଦେଖିବାକୁ ମିଳିଛି । ଗାଁରେ ନବ ନିର୍ମିତ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ସହ ରାମ ଭକ୍ତ ହନୁମାନଙ୍କ ବିଗ୍ରହକୁ ଆନୁଷ୍ଠାନିକ ରୀତିନୀତି ଅନୁଯାୟୀ ପୂଜା ପାଠ କରି ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାମାରୀ କରୋନା କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଛି । ସୂଚନାନୁସାରେ କାହିଁ କେଉଁ ଆବାହନ କାଳରୁ ଟିଟିଲାଗଡ଼ ସହର ନିକଟସ୍ଥ କତରକେଲା ଗାଁରେ ନିଜ ପରିବାର ସହ ରହି ଆସୁଥିଲେ ସ୍ୱର୍ଗୀୟ ବାଲମୁକୁନ୍ଦ ଅଗ୍ରୱାଲ । କତରକେଲା ଗାଁରେ ଜନ୍ମ ଗ୍ରହଣ କରିବା ସହ ପିଲା ଦିନ ଗାଁରେ ଅତିବାହିତ ହୋଇଥିଲା । ପରେ ତାଙ୍କ ଔରସରୁ ପାଞ୍ଚ ପୁଅ ଜନ୍ମ ନେଇଥିଲେ । ଏବଂ ଏହାପରେ ବାଳମୁକୁନ୍ଦଙ୍କ ବ୍ୟବସାୟରେ ବେଶ ସଫଳତା ପାଇଥିଲେ । ନିଜ ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ନିଜ ଜନ୍ମମାଟିକୁ ଛାଡି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ବସତି ସ୍ଥାପନ କଲେ ଏବଂ ନିଜ ରୟତି ଜମି ତଥା ନିଜ ଜନ୍ମ ମାଟିରେ ଥିବା ପୈତୃକ ଘରକୁ ଭାଙ୍ଗି ଏକ ରାମ ମନ୍ଦିର ନିର୍ମାଣର ପରିକଳ୍ପନା କରି ଜମିକୁ କତରକେଲା ଗାଁ ଲୋକଙ୍କୁ ହସ୍ତାନ୍ତର କରିବା ସହ ନିଜ ପରିକଳ୍ପନା ଗ୍ରାମବାସୀ ଆଗରେ ପ୍ରକାଶ କରିବା ସହ ଏକ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ବି ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଭିନ୍ନ। ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଗତ ୨୦୧୦ ମସିହାରେ ବାଳମୁକୁନ୍ଦ ଅଗ୍ରୱାଲଙ୍କ ପରଲୋକ ଘଟିଥିଲା । ଫଳରେ ପିତାଙ୍କ ଅନ୍ତିମ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱର୍ଗୀୟ ବାଲମୁକୁନ୍ଦଙ୍କ ପୁଅ ଶ୍ୟାମଲାଲ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ, ମୁରାରୀଲାଲ ଅଗ୍ରୱାଲ, ହନୁମାନ ବିହାରୀ ଅଗ୍ରୱାଲ ଏବଂ କୈଳାସ ଅଗ୍ରୱାଲ ସମସ୍ତେ ମିଶି ଗାଁରେ ଏକ ପ୍ରହରୀ ମଣ୍ଡପ, ଦୁଇ ଗୋଟି ମଣ୍ଡପ ସହ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରି ନିଜ ପିତାଙ୍କ ଅନ୍ତିମ ଇଚ୍ଛାକୁ ପୂର୍ଣ୍ଣ ରୂପ ଦେବାରେ ବେଶ ଭୂମିକା ଗ୍ରହଣ କରିଛନ୍ତି । ଗ୍ରାମବାସୀ ମଧ୍ୟ ନିଜ ଗାଁରେ ପ୍ରଭୁ ଶ୍ରୀରାମ, ମାତା ସୀତା, ଭାଇ ଲକ୍ଷ୍ମଣ ସହ ରାମ ଭକ୍ତ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରି ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟ ରୀତିନୀତି ଅନୁଯାୟୀ ପାରମ୍ପରିକ ପୂଜା ବିଧି ଦ୍ୱାରା ସମ୍ପର୍ଣ୍ଣ ହୋଇଯାଛି । ଏହି ଅବସରରେ ଗତ ଚାରି ଦିନ ଧରି କତରକେଲା ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖା ଦେଇଥିଲା । ଗତ ୧୨ ତାରିଖରେ ଗାଁ ରେ କଳସ ଯାତ୍ରା ମଣ୍ଡପ ବିଶୋଧନ ପର୍ବ ଅନୁଷ୍ଠିତ ହୋଇଥିଲ । ଠିକ ସେହିପରି ଗତ ୧୩ ତାରିଖରେ ପୂଜନ ସହ ହୋମ ଯଜ୍ଞ ପାଇଁ ଅଗ୍ନି ସ୍ଥାପନ କରାଯାଇଥିଲା । ୧୪ ତାରିଖରେ ବିଗ୍ରହ ମାନଙ୍କ ଜୀବନ୍ୟାସ ସହ ଗତକାଲି ୧୫ ତାରିଖରେ ବିଗ୍ରହ ମାନଙ୍କ ମନ୍ଦିର ଭିତରକୁ ପ୍ରବେଶ ସହ ଧ୍ୱଜାରୋପଣ, ହୋମ ଯଜ୍ଞର ପୂର୍ଣ୍ଣାହୂତି ସହ ବିଗ୍ରହ ମାନଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.