om academy

ବ୍ରହ୍ମପୁର ଆଇଟିଆଇ ପରିସରରେ ଗ୍ରାସ ଆର୍ଟ ପାର୍କ ଉଦଘାଟିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ ପରିସରରେ ଗୁରୁବାର ଏକ ମେଗା ତଥା ରାଜ୍ୟର ପ୍ରଥମ ଗ୍ରୀନଗ୍ରାସ ଆର୍ଟ ପାର୍କ ଉଦଘାଟିତ ହୋଇଛି । କୁତ୍ରିମ ପ୍ଲାଷ୍ଟିକ, ନାଇଲନରେ ନିର୍ମିତ ଏହି ଗ୍ରାସରେ ବିଭିନ୍ନ ବନ୍ୟଜନ୍ତୁ, ହାତୀ, ଘୋଡା, ଗୃହପାଳିତ ପଶୁପକ୍ଷୀ, ବନ୍ୟପକ୍ଷୀ, କାର୍ଟୁନ ଭଳି ନିର୍ମିତ ଗ୍ରାସ ଆର୍ଟର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଲୋକାର୍ପଣ ହୋଇଛି । ଓଡିଶା ଦକ୍ଷତା ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି, ବିଭାଗୀୟ ମୁଖ୍ୟ ବରିଷ୍ଠ ଆଇଏଏସ ରଘୁ ଜୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼. ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ବ୍ରହ୍ମପୁର ଉପଜିଲାପାଳ ୱ. କୀର୍ତ୍ତି ଭାସନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କୁତ୍ରିମ ଘାସରେ ଏହିପରି ମଡେଲ ନିର୍ମିତ କରି ବହୁ ଯୁବପୀଢ଼ି ସ୍ୱାବଲମ୍ବନଶୀଳ ହୋଇ ପାରିବେ । ଏଥିପାଇଁ ରାଜ୍ୟ ପ୍ରଶାସନ ଓ ଶିଳ୍ପାୟନ ବିଭାଗର ବ୍ୟାପକ ଉଦ୍ୟମ ପ୍ରୟାସ ଜାରୀ ରଖିଛନ୍ତି ବୋଲି ଜଣାଯାଇଛି ।

Leave A Reply

Your email address will not be published.