pakka

ପ୍ରବଳ ବର୍ଷା ଯୋଗୁଁ ମେଘନାଥପଡା ଠାରେ ଭୁଷୁଡି ଗଲା ଘରର କାନ୍ଥ : ସହାୟତା ପାଇଁ ମହିଳାଙ୍କ ଗୁହାରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସହରର ମେଘନାଥପଡା ଠାରେ ଜଣେ ବିଧବା ମହିଳାଙ୍କ ଘରର କାନ୍ଥ ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଭୁଷୁଡି ଯାଇଛି । ବିଧବା ମହିଳା ଜଣକ ହେଉଛନ୍ତି ମେଘନାଥପଡାର ଫୁଲ ବଗର୍ତ୍ତୀ । ମହିଳାଙ୍କ ଅଭିଯୋଗ ଅନୁସାରେ ଗତ ଦୁଇ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବା ବେଳେ ୫ ଜଣ ଶିଶୁଙ୍କୁ ନେଇ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି । ତେବେ ଆଜି ସେ ରହୁଥିବା ଘରର କାନ୍ଥ ପଡିଯାଇଥିଲେ ମଧ୍ୟ ଅନେକ ପ୍ରଶାସନିକ ଅଧିକାରୀମାନଙ୍କୁ ଖବର ଦେଲା ପରେ ବି କେହି ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଫଳରେ ଅସହାୟ ହୋଇ ସହାୟତା ପାଇଁ ମହିଳା ଜଣଙ୍କ ଗୁହାରୀ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ଗୁହାରୀ ଶୁଣି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଘର ଛପରକୁ ଢାଙ୍କିବା ପାଇଁ ଏକ ଜରି ପାଲ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

thirteen + seven =

error: Content is protected !!