pakka

ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଆଜି ନବ ନିଯୁକ୍ତ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । କ୍ଲବ ପରିସରରେ ଆୟୋଜିତ ସମର୍ଦ୍ଧନା ସଭାରେ ବରପାଲି ସହରର ଉନ୍ନତି ପାଇଁ ଚାଲିଥିବା ବିଭିନ୍ନ କାମକୁ ଶୀଘ୍ର ସଂପୁର୍ଣ୍ଣ କରିବାକୁ ଉପସ୍ଥିତ ସଭ୍ୟ ଓ ବରିଷ୍ଠ ନାଗରିକମାନେ ଆଲୋଚନା କରିଥିଲେ । ଏଥି ମଧ୍ୟରେ ଗଙ୍ଗାଧର ମେହେର ସ୍ମୃତି ଭବନ, ଗଙ୍ଗାଧର କ୍ଲବ, ଗଙ୍ଗାଧର ଅଡିଟୋରିୟମ (୫୦୦) ସିଟ୍ର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର କୁମାର ହୋତା, ବାଲ କିଶୋର ଖାଡାଙ୍ଗା ପ୍ରମୁଖ ରହିଥିଲେ ।

Leave A Reply

Your email address will not be published.

seventeen + seventeen =