ଝରଣୀ ପଂଚାୟତ ସରପଂଚଙ୍କ ଦ୍ୱାରା ବୌଦ୍ୟୁତିକ ଗଣମାଧ୍ୟମକୁ ଆକ୍ରମଣ ପ୍ରସଙ୍ଗ : ସାଂବାଂଦିକ ସଂଘ, କଂଟାବାଂଜି ଦ୍ୱାରା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣକାରୀ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ
 ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାର ଦୁର୍ନୀତିର ତଦନ୍ତ ଦାବୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ କଂଟାବାଂଜି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଝରଣୀ ପଂଚାୟତ ସରପଂଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ରାମୋଡ ଗାଁରେ ଖବର ସଂଗ୍ରହ ବେଳେ ଆକ୍ରମଣ କରି କ୍ୟାମେରା ଓ ବୁମ ଭାଙ୍ଗିଦେବା ସହ ପାଲଟା କାଉଂଟର କେସ୍‌ କରିଥିବାରୁ ସାଂବାଦିକ ସଂଘ କଂଟାବାଂଜି ନିନ୍ଦା କରିଛି । ଏପରିକି ସଂପୃକ୍ତ ଆକ୍ରମଣ କାରି ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କୁ ଗିରଫ କରିବା ସହିତ କାର୍ଯ୍ୟରତ ସାବାଂଦିକଙ୍କ ସୁରକ୍ଷା ଓ ଝରଣୀ ପଂଚାୟତର ଦୁର୍ନୀତି ଦାବୀ କରି ସଂଘ ତରଫରୁ ସଭାପତି ସୁବାସ ବେହେରାଙ୍କ ନେତୃତ୍ୱରେ ଏକ ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝିଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉ କି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଦାଦନ ପ୍ରବଣ ଅଂଚଳର ରାମୋଡ ଗାଁର କିଛି ଲୋକ ଗତ ବର୍ଷ ଦାଦନ ଖଟିବାକୁ ଯାଇଥିଲେ । ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣ ରୋଗ ଯୋଗୁଁ ପ୍ରବାସୀ ଶ୍ରମିକମାନେ ରାମୋଡ କ୍ୱାରେନ୍‌ଟାଇନରେ ରହିଥିଲେ । ପ୍ରବାସୀ ମାନଙ୍କ କ୍ୱାରେନ୍‌ଟାଇନ ଅନୁଦାନ ଟ. ୨୦୦୦/- ସରପଂଚ ନ ଦେବା ଏବଂ ଦେଇଥିବା କିଛି ପ୍ରବାସୀମାନଙ୍କ ଠାରୁ ଆଗତୁରା ୨୦୦/୩୦୦ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଉପରେ କଂଟାବାଂଜି ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀ ବୁଧବାର ଦିନ ଖବର ସଂଗ୍ରହ ପାଇଁ ରାମୋଡ ଗ୍ରାମକୁ ଯାଇଥିଲେ । ଖବର ସଂଗ୍ରହ ବେଳେ ସରପଂଚ ଶ୍ରୀମତି ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ଏବଂ କିଛି ଗୁଣ୍ଡା ଶ୍ରେଣୀର ଲୋକେ ଗାଁ ମଝିରେ ପାଣିଗ୍ରହୀଙ୍କୁ ଆକ୍ରମଣ କରି କ୍ୟାମେରା ଓ ବୁମକୁ ଭାଙ୍ଗି ଦେବା ସହ ମାଡ ମାରିଥିଲେ । ଫଳରେ ପାଣିଗ୍ରାହୀ ଗାଁର ଜଣକ ଘରକୁ ପଶି ନିଜର ଜୀବନ ବଂଚାଇଥିଲେ । ପରେ ତୁରେକେଲା ଥାନାକୁ ଫୋନ ଯୋଗେ ଜଣାଇବାରୁ ତୁରେକେଲା ପୋଲିସ ଘଟଣାସ୍ଥଳକୁ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ପାଣିଗ୍ରାହୀ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି, ଯାହା ତୁରେକେଲା ଥାନା କେସ ନଂ.୦୨୨୩/୧୬.୯.୨୦, ଦଫା-୩୪୧,୨୯୪,୩୨୩,୫୦୬/୩୪ ଆଇପିସି ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ ବେଳେ ସଂଘର କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, ସହ ସଂପାଦକ ଶିବ ଶଙ୍କର ବାଗ, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ଶେଖ ସମିମ, ମୋହନ ସୋନି, ପ୍ରମୋଦ ବେହେରା, ବିନୋଦ ସିଂ, ଅନ୍ତିମ ପାଣିଗ୍ରାହୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଦାବୀପତ୍ରର ଅବିକଳ ନକଲ, ସଚିବ ୫ଟି ଭୁବନେଶ୍ୱର, ପଂଚାୟତରାଜ ମନ୍ତ୍ରୀ ଓଡିଶା ସରକାର, ଜିଲ୍ଲାପାଳ ବଲାଙ୍ଗିର, ପୋଲିସ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିରଙ୍କୁ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.