ଠିକାକାମକୁ ବିରୋଧ କରି ଟିଟିଲାଗଡ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡର ମ୍ୟୁନିସିପାଲିଟିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଠିକା ମାଧ୍ୟମରେ କାମ କରିବାକୁ ମନା କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ମ୍ୟୁନିସିପାଲିଟି ବିଭାଗ ସହ ସଫେଇ କର୍ମଚାରୀମାନଙ୍କ ଠିକା କା କୁ ନେଇ ମତଭେଦ ଚାଲିଥିଲା । ଗତ ମଙ୍ଗଳବାର ଦିନ ଟିଟିଲାଗଡ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସଫେଇ କର୍ମଚାରୀମାନଙ୍କୁ ଡାକି କହିଥିଲେ ଯେ ଯେଉଁମାନେ ଠିକାରେ କାମ କରିବା ପାଇଁ ଇଛୁକ, ସେମାନେ ଗୁରୁବାର ଦିନ ପହଞ୍ଚି ଯିବ । ନଚେତ୍ ଚାକିରୀରୁ ବାହାରି ଯିବ ବୋଲି କହିଥିବା ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି ।

ଏହା ପରେ ବୁଧବାର ଦିନଠୁ ସବୁ ସଫେଇ କର୍ମଚାରୀ କାମ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଯାହାଫଳରେ ଟିଟିଲାଗଡର ବିଭିନ୍ନ ନାଳ ନର୍ଦ୍ଦମା, ରାସ୍ତା ଆଦି ସବୁ ଆଡେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ଯେଉଁଠି ଦେଖିଲେ ଖାଲି ଅଳିଆ ଆବର୍ଜ୍ଜନା । କୋରୋନା ମହାମାରୀ ସମୟରେ ଏହି ପରି ଆବର୍ଜ୍ଜନା ପଡି ରହିବା ବିପଦର ସଂକେତ ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କର‌ନ୍ତି ।

ତେଣୁ ଆମ ସହରକୁ ସଫା ରଖୁଥିବା ସଫେଇ କର୍ମଚାରୀମାନଙ୍କ ଠିକା କାମକୁ ପ୍ରତ୍ୟାହାର କରିବା ପାଇଁ ସଫେଇ କର୍ମଚାରୀମାନଙ୍କ ସହିତ ସାଧାରଣ ଜନତା ଦାବି କରିଛନ୍ତି।

Leave A Reply

Your email address will not be published.