କଡ଼ା ସମାଲୋଚନା କଲେ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରଏନ୍‌ ସିଂହଦେଓ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମାଗଣା ଟି-ସର୍ଟ ବଂଟନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ବିଜେପିର ଛାମୁଆ କାର୍ଯ୍ୟକର୍ତ୍ତା ଗୋପାଳଜୀ ପାଣିଗ୍ରାହୀ । ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ମାଗଣା ଟି-ସର୍ଟ ବଂଟନ ଦ୍ୱାରା ଆଇନ ଉଲଂଘନ କରାଯାଇଥିବା ଭଳି ସେ ଆରୋପ ଲଗାଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଯୁବକମାନେ ମଦ କିଣିଯାଉଥିବାର ଦୃଶ୍ୟକୁ ମଧ୍ୟ ସେ ବିରୋଧ କରିଛନ୍ତି । ଏହାଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଅପମାନିତ କରାଯାଇଥିବା ସେ କହିଛନ୍ତି । ମୁଣ୍ଡ ଉପରେ ନିର୍ବାଚନକୁ ଲକ୍ଷ୍ୟ ରଖି ବଲାଙ୍ଗିର ବିଜେଡ଼ି ପକ୍ଷରୁ ଭୋଟ ହାତେଇବା ପାଇଁ ଏଭଳି ହୀନ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.

seven + 5 =

error: Content is protected !!