pakka

ବିଜେପି ଯୁବନେତା ଉତ୍କଳ ପଟେଲଙ୍କ ଦେହାନ୍ତ : ମର ଶରୀରକୁ କାନ୍ଧ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

bbehera

ପଦ୍ମପୁର, (ନିରୋଜ ପାଣୀ) : ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସାପଲହର ଗ୍ରାମର ଜଣେ ସକ୍ରିୟ ଯୁବନେତା ଉତ୍କଳ ପଟେଲଙ୍କ ୩୮ ବର୍ଷ ବୟସରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଯାଇଛି । ଆଜି ସକାଳେ ବରଗଡ଼ରୁ ମର ଶରୀର ପହଞ୍ଚିବା ପରେ ନିଜ ଗାଁ ସାପଲହରଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ସମୟରେ ଗାଁର ଓ ବିଜେପିର ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ତାଙ୍କ ପରିବାର ବର୍ଗଙ୍କ ସହ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଶବକୁ କାନ୍ଧ ଦେଇଥିଲେ । ୮ମ ଶ୍ରେଣୀରେ ପାଠ ପଢୁଥିବା ଉତ୍କଳ ପଟେଲଙ୍କ ପୁଅ କ୍ରିଷ୍ଣା ପଟେଲ ବାପାଙ୍କ ମର ଶରୀରରେ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

twelve + 14 =