ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ନିର୍ବାଚନ ମାହୋଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ଜଣାପଡ଼ୁଛି ନିର୍ବାଚନ ମାହୋଲ୍‌ । ବଲାଙ୍ଗିର ସହରରେ ନିର୍ବାଚନୀ ଉଷ୍ମତାରେ ଆହୁରି ପ୍ରଖରତା ରହିଥିବା ବି ଅନୁମାନ ହେଉଛି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ସ୍ଥିତିକୁ ବଳିଷ୍ଠ କରିବା ପାଇଁ ଜୋର୍‌ସୋର୍‌ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜକୁ ସମସ୍ତ ଦିଗରୁ ବଳିଷ୍ଠ କରିବା ପାଇଁ ମଜ୍‌ବୁତ୍‌ କସରତ୍‌କୁ ଆପଣେଇଥିବା ଦେଖିବାକୁ ମିଳିଛି । ପକ୍କା ବଲାଙ୍ଗିରିଆ ନାରା ନେଇ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବା ପାଇଁ ଅଂଟା ଭିଡ଼ିଥିବା ସମରେନ୍ଦ୍ର ନିଜ ସ୍କୁଲ ବେଳର ସାଂଗସାଥୀଙ୍କୁ ମଧ୍ୟ ସାଉଁଟିବାରେ ଅବହେଳା କରିନାହାନ୍ତି । ସବୁ ବର୍ଗର ସାଂଗସାଥୀ, ସାମ୍ବାଦିକ ତଥା ବଲାଙ୍ଗିରର ବୁଦ୍ଧିଜୀବୀ ଓ ଯୁବ ଭୋଟର୍‌ମାନଙ୍କ ସହ ସମରେନ୍ଦ୍ରଙ୍କ ଭାବ ବିନିମୟ ଲଗାତାର ଚାଲିଥିବା ବେଳେ ଏହି ନିର୍ବାଚନରେ ସମରେନ୍ଦ୍ର ବିଧାୟକ ଭାବେ ନିର୍ବାଚିତ ହେବା ନିଶ୍ଚିତ ବୋଲି ତାଙ୍କ ବନ୍ଧୁବର୍ଗରେ ଆଲୋଚନା ଜୋର୍‌ ଧରିଛି । ସମରେନ୍ଦ୍ରଙ୍କୁ ବିଧାୟକ ଭାବେ ବିଜୟୀ କରିବାକୁ ତାଙ୍କ ପିଲାବେଳର ସାଂଗମାନେ ବି ଏବେ ନିଜ ନିଜ କର୍ମକ୍ଷେତ୍ରରୁ ଛୁଟି ନେଇ ବଲାଙ୍ଗିର ସହରରେ ଡେରା ପକାଇଥିବା ବେଳେ ବିକଶିତ ବଲାଙ୍ଗିର ଲକ୍ଷ୍ୟ ନେଇ ସମସ୍ତେ ଏକଜୁଟ୍‌ ହୋଇ କାମ କରିବେ ବୋଲି ସେମାନେ ମତ ରଖୁଛନ୍ତି ।

Leave A Reply

Your email address will not be published.

10 − one =