କୁଚିଆ ମଦ ବେପାରୀ ଗିରଫ

ବେଲପଡ଼ା : ବେଲପଡା ପୁଲିସ ବୁଢ଼ାଭଟା ଗାଁର ଜଣେ କୁଚିଆ ମଦ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁମଣି ବେହେରା । ଯଦୁମଣି ବେଆଇନ ଭାବରେ ନିଜ ଗାଁରେ ବିଦେଶୀ ମଦ ବିକ୍ରି କରୁଥିଲେ । ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ତାଙ୍କୁ ଗିରଫ କରିଥିଲା । ତାଙ୍କ ପାଖର ପ୍ରାୟ ଛୋଟବଡ଼ ୨୧ଟି ବିଅର ବୋତଲ ଜବତ କରିଥିଲା ପୋଲିସ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

6 + one =