୩ କ୍ଵିଣ୍ଟାଲ କେନ୍ଦୁ କାଠଗଣ୍ଡି ଜବତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ହରି ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଧଣ୍ଡାମୁଣ୍ଡା ବିଟ କପାସି ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ୩ କ୍ୱିଣ୍ଟାଲରୁ ଅଧିବ କେନ୍ଦୁ କାଠଗଣ୍ଡି ଜବତ କରିଛି । ସୂଚନା ଅନୁସାରେ, ଧଣ୍ଡାମୁଣ୍ଡା ବିଟ ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତ କେନ୍ଦୁଭଟା ଗ୍ରାମ ନିକଟ କପାସି ସଂରକ୍ଷିତ ଜଙ୍ଗଲରୁ ଗଛକାଟି ଚାଲାଣ ପାଇଁ କାଠମାଫିଆ ମାନେ କାଠଗଣ୍ଡି ରଖୁଥିଲେ । ଉକ୍ତ କାଠଗଣ୍ଡିକୁ ବନବିଭାଗ ଜବତ କରି କାର୍ଯ୍ୟାଳୟକୁ ଆଣିଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ । ଏହାର ଆନୁମାନିକ ମୂଲ୍ୟ ପ୍ରା ୫୦ହଜାର ଟଙ୍କା ହେବ ବୋଲି ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × 4 =

error: Content is protected !!