pakka

ରୋଗଶଯ୍ୟାରେ ସାନବାଞ୍ଜିପାଲି ଗାଁର କମଳ ବାରିହା : ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ଗରିବ ମାଆ ବାପା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଖିରେ ଆଖିଏ ସ୍ୱପ୍ନ ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମର ଫଳ ମିଳିବ ପୁଅ ଦିନେ ହାକିମ ହେବ ହେଲେ ଦଇବ ସହିଲା ନାହିଁ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ଏହା କୌଣସି ନାଟକର ସଂଲାପ ନୁହେଁ ବରଂ ରୋଗଶଯ୍ୟାରେ ପଡିଥିବା ଜଣେ ପୁଅର ବୃଦ୍ଧା ବୃଦ୍ଧ ମାଆ ବାପାଙ୍କର କୋହଭରା କଥା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତର ବନ ପାହାଡ଼ ଘେରା ସାନବାଞ୍ଜିପାଲି ଗାଁର ଘନଶ୍ୟାମ ବରିହାଙ୍କ ପୁଅ କମଳ ବରିହା(୩୦) ଗାଁର ପ୍ରଥମ ଦଶମ ପାସ, ପ୍ରଥମ ଗ୍ରାଜୁଏଟ ହୋଇଥିବା ବେଳେ ସିଭିଲସର୍ଭିସ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପୂର୍ବରୁ ଓ.ଏ.ଏସ ପ୍ରାଥମିକ ପରୀକ୍ଷା ଦେଇସାରିଥିବା ବେଳେ ଆଗମୀ ଜୁନ ୫ ତାରିଖ ୟୁପିଏସସି ପ୍ରି ପରୀକ୍ଷା ଏଡ଼ମିଟ କାର୍ଡ ମଧ୍ୟ ଆସିସାରିଛି । ହେଲେ ଗତ ଅକ୍ଟୋବର ମାସରେ ପେଟ ଦରଜ ହୋଇ ମଲ ରୋଧ ଯୋଗୁଁ ପ୍ରଥମେ ବଲାଙ୍ଗିର ଏବଂ ପରେ ବୁର୍ଲା ବଡ଼ ମେଡ଼ିକାଲଠାରେ ଅସ୍ତ୍ରୋପଚାର କରି ବିକଳ୍ପ ମଳ ଦ୍ୱାର କରିଥିଲେ । ଏହା ପରେ ତିନିଥର ଅସ୍ତ୍ରୋପଚାର କରି ମଳ ଦ୍ୱାରରେ ପୁଣିଥରେ ସଂଯୋଗ ଫେଲ ହୋଇଛି । ବିକଳ୍ପ ମଳ ଦ୍ୱାରରେ ନିଜ ଗାଁରେ ରହି ଚତୁର୍ଥ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରି ରହିଛନ୍ତି କମଳ । ନିଜ ସଞ୍ଚିତ ଅର୍ଥ ସହ ଜମିବାଡ଼ି ବିକ୍ରି କରି ତିନିଥର ଅସ୍ତ୍ରୋପଚାର ବିଫଳ ପରେ ଏବେ ପୁଅର ଚିକିତ୍ସା ପାଇଁ ସରକାରୀ କିମ୍ବା ବେସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି କମଳର ମାଆ ବାପା । କମଳ ପରିବାରରେ ଏବେ ବୃଦ୍ଧା ମାଆ ବାପା ସହିତ ଭିନ୍ନକ୍ଷମ ଛୋଟ ଭାଇ ଘରେ ଅଛନ୍ତି । ମୋର ମାଆ ବାପାଙ୍କ ସ୍ୱପ୍ନ ମୁ ପାଠ ପଢି ବଡ ହାକିମ ହେବି, ଉଦ୍ୟମ ବି ଜାରି ରଖିଥିଲି ହେଲେ ତିନି ଥର ଅସ୍ତ୍ରୋପଚାର ଫେଲ ହେବା ପରେ ମୋର ସ୍ୱପ୍ନ ସାକାର ନେଇ ସନ୍ଦେହ ସୃଷ୍ଟି ହୋଇଥିବା କାନ୍ଦିକାନ୍ଦି କହିଛନ୍ତି କମଳ ବରିହା । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କ ପାଖରେ ପୂର୍ବରୁ ସୂଚନା ନଥିବା ବେଳେ ମେଧାବୀ ଛାତ୍ରର ଚିକିତ୍ସା ପାଇଁ ସହାୟତା ସହ ଆଗମୀ ୫ ତାରିଖ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

5 + 2 =

error: Content is protected !!