pakka

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ଡିଆରଏମ୍‌ ସହ ଆଲୋଚନା

bbehera
  • ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତି ଓ ଉପଭୋକ୍ତାଙ୍କ ସୁବିଧା ନେଇ ୧୪ ଦଫା ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌ ପ୍ରଦୀପ କୁମାରଙ୍କୁ ତାଙ୍କ ସମ୍ବଲପୁର କାର୍ଯ୍ୟାଳୟରେ ସାକ୍ଷାତ କରି ବଲାଙ୍ଗିର ରେଳ ଷ୍ଟେସନ ଓ ରେଳ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଏନେଇ ଏକ ୧୪ ଦାଫା ଦାବୀପତ୍ର ଡିଆର୍‌ଏମ୍‌ଙ୍କୁ ପ୍ରଦାନ କରିବା ସହ ଡିଆର୍‌ଏମ୍‌ଙ୍କ ଦ୍ୱାରା ହୋଇପାରୁଥିବା କାର୍ଯ୍ୟ ତୁରନ୍ତ ସମାପନ କରିବାକୁ ପ୍ରତିନିଧି ଦଳ ଦାବୀ ଉପସ୍ଥାପନ କରିଥିଲେ । ଦାବୀଗୁଡିକ ହେଲା ବୟସ୍କ ବ୍ୟକ୍ତି ଓ ରୋଗୀମାନଙ୍କ ପାଇଁ ଲିପ୍ଟ ଓ ରେମ୍ପ୍‌ର ବ୍ୟବସ୍ତା କରିବା, ବିଶାଖାପାଟ୍ଟନମ୍‌-ଅମୃତସର ଟ୍ରେନକୁ ବକେୟା ୪ଦିନ ବଲାଙ୍ଗିର ଓ ବରଗଡ ଦେଇ ଦିଲ୍ଲୀ ଚଳାଇବା, ସମତା ଏକ୍ସପ୍ରେସକୁ ଦୁଇଦିନ ବଲାଙ୍ଗିର, ବରଗଡ ଓ ସମ୍ବଲପୁର ଦେଇ ଦିଲ୍ଲୀ ଚଳାଇବା, ବଲାଙ୍ଗିର ଓ ବରଗଡ ଜିଲ୍ଲାର ଲୋକଙ୍କ ସୁବିଧା ପାଇଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଟିଟିଲାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବର୍ଷା ଓ ଖରାରୁ ରେଳ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ବୁକିଙ୍ଗ୍‌ କାଉଣ୍ଟରରୁ ଷ୍ଟେସନ ପର୍ଯ୍ୟନ୍ତ ଏକ ସେଡ ତିଆରି କରିବା, ଟ୍ରେନର ସମୟ ଓ ପ୍ଲାଟଫର୍ମ ଇଣ୍ଡିକେସନ ଡିସ୍‌ପ୍ଲେ ବୋଡ ୨ ଓ ୩ ନମ୍ବର ପ୍ଲାଟଫର୍ମରେ ତୁରନ୍ତ ଲଗାଇବା ସହ ଥଣ୍ଡା ପାନୀୟ ଜଳ ଓ ଆର୍‌ଓ ପାଣିର ବ୍ୟବସ୍ଥା କରିବା, ବଲାଙ୍ଗିର ରେଳ ଷ୍ଟେସନକୁ ଗ୍ରେଡ “ବି” ରୁ “ଏ” ଗ୍ରେଡକୁ ଅପଗ୍ରେଡେସନ କରିବାକୁ ସମସ୍ତ ଉନ୍ନତିମୂଳକ ପଦକ୍ଷେପ ନେବା, ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ ସୋନପୁର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ସହ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଚଳାଇବା, ସମସ୍ତ ପ୍ଲାଟଫର୍ମରେ ସ୍ୱଚ୍ଛାଳୟର ବ୍ୟବସ୍ଥା କରିବା ଓ ଲିପ୍ଟ ନ ହେବା ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ପ୍ଲାଟଫର୍ମ ୧ରେ ରଖିବାର ବ୍ୟବସ୍ଥା ଆଦି ଦାବୀ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲା ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ପ୍ରତିନିଧି ଦଳ । ଆଜିର ଏହି ଆଲୋଚନାରେ ସଂଘର ସଭାପତି ପ୍ରଫେସର ଶ୍ରୀ ମିଶ୍ରଙ୍କ ସମେତ ସାଧାରଣ ସଂପାଦକ ନାରାୟଣ ପାଢୀ, ଉପସଭାପତି ଅଶୋକ କୁମାର ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ହିତେଶ ସାହୁ ଉପସ୍ଥିତ ଥିଲେ । ଯଦି ଏହାର ସମାଧାନ ଡିଆରଏମ୍‌ଙ୍କ ଦ୍ୱାରା ସମ୍ଭବ ହେବ ନାହିଁ ତେବେ ଆଗାମୀ ଦିନରେ ଜିଏମ୍‌ ଭୂବନେଶ୍ୱର, ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଦାବୀପତ୍ର ପ୍ରଦାନ କରାଯିବ ବୋଲି ସାଧାରଣ ସଂପାଦକ ଶ୍ରୀ ପାଢୀ କହିଛନ୍ତି । ପ୍ରକାଶ ଯେ, ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଡିଆର୍‌ଏମ୍‌ଙ୍କୁ ସାକ୍ଷାତ କରିବା ପୂର୍ବରୁ ବଲାଙ୍ଗିର ଷ୍ଟେସନ ମାଷ୍ଟରଙ୍କୁ ସାକ୍ଷାତ କରିବା ସହ ରେଳ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଏକ ଦାବୀପତ୍ର ପ୍ରଦାନ କରିଥିଲା ।

jay balangir
Leave A Reply

Your email address will not be published.

5 × four =

error: Content is protected !!