pakka

ଧନକଉଡା ଗୋଷ୍ଠୀସ୍ତରୀୟ ରାଷ୍ଟ୍ରୀୟ ବାଲ୍‌ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଗୁରବାର ଦିନ ଧନକଉଡା ବ୍ଲକ ଅଧୀନସ୍ଥ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ସମ୍ବଲପୁରରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍‌ କଂଗ୍ରେସ ପ୍ରତିଯୋଗିତା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଲ ମୁଖ୍ୟ ଅତିଥି ରୂପରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନକ୍ଷେତ୍ରରେ ନୂତନ କୌଶଳ ତଥା ନୂତନ ପ୍ରକଳ୍ପ ଓ ଗବେଷଣାତ୍ମକ ମନୋବୃତ୍ତିର ଅଭିବୃଦ୍ଧି ପାଇଁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ସୁସ୍ମିତା ପଟ୍ଟଯୋଶୀ ଓ ରମେଶ କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ବ୍ଲକର ସମସ୍ତ ସ୍କୁଲରୁ ୨୯ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ସମୁଦାୟ ୫ଟି ପ୍ରକଳ୍ପର ୫ ଜଣ ଛାତ୍ରଛାତ୍ରୀ ରୁଦ୍ର ପ୍ରସାଦ ସାହୁ, ଅଙ୍କିତା ପ୍ରଧାନ, ଅନନ୍ୟା ମହାରଣା, ଲିଖିତା ବେହେରା ଓ ଜ୍ୟୋତିର୍ମୟ ନାୟକ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲେ । ପରେ ଉଦ୍‌ଯାପନୀ ଉତ୍ସବରେ ସୁଜିତ କୁମାର ଲୁହା, ଲୋକିତା ଦାସ, ସପ୍ତର୍ଷି ମହାପାତ୍ର ଓ କରନ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବ୍ଲକର ସମସ୍ତ ସିଆର୍‌ସିସିମାନେ ତଥା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆସୀମ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ହିନ୍ଦୀ ବିଦ୍ୟାଳୟର ପ୍ରଧନ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

8 + fifteen =