pakka

ଅଞ୍ଚଳ ମହାବିଦ୍ୟାଳୟରେ ପ୍ରମାଣପତ୍ର ବିତରଣ ଉତ୍ସବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁବାର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ କୋଡିଏ ଦିନ ବ୍ୟାପି ଚାଲିଥିବା ଆତ୍ମ ସୁରକ୍ଷା ତାଲିଳିମ କାର୍ଯ୍ୟକ୍ରମର ପ୍ରମାଣପତ୍ର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ପୌରୋହିତ୍ୟ କରି ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବିତରଣ କରିଥିଲେ । ସଭାରେ ଅଧ୍ୟାପିକା ଝୁନୁ, ପୂର୍ଣ୍ଣିମା, ବୁନି, ମମତା, ସୁରେଶ୍ଵରୀ, ରୋଜାଲିନ ଓ ସପ୍ନା ଉପସ୍ଥିତି ଥିବାବେଳେ ତାଲିମ୍ ପ୍ରଶିକ୍ଷିକା ସୁନିତି ଓ ନମ୍ରତା ମଧ୍ୟ ଉପସ୍ଥିତି ଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ବେଦମତି ଓ କବିତା ଅନୁଭବ ପ୍ରକାଶ କରିଥିଲେ । ରଶ୍ମି, ମନିଷା, ବର୍ଷା, ବବିତା ଓ ରୂପାଲି ପ୍ରମୁଖ ଛତ୍ରୀ ଶିଖିଥିବା କଳାକୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ସସ୍ମିତା ମ୍ୟାଡମ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

4 × one =

error: Content is protected !!