pakka

ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ ପୁରସ୍କାର ଉତ୍ସବ

bbehera
  • ଶ୍ରେଷ୍ଠ କ୍ୟାମ୍ପୋରୀ ଭାବେ ବଲାଙ୍ଗିର ଜିଲ୍ଲା ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟ ପୁରସ୍କାର ଉତ୍ସବରେ ବଲାଙ୍ଗିର ଜିଲ୍ଲା ଶ୍ରେଷ୍ଟ କ୍ୟାମ୍ପୋରୀ ଭାବେ ସମ୍ବର୍ଦ୍ଧିତ ହୋଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ ଗାଇଡ ଜିଲ୍ଲା ମୁଖ୍ୟ କମିଶନର ଧୃବ ଚରଣ ବେହେରା, ପୂର୍ବତନ ଜିଲ୍ଲା ସଂପାଦକ ଜ୍ୟୋତି ପ୍ରସାଦ ପରିଡା ଓ ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଠାରୁ ପୁରସ୍କାର ସ୍ୱରୂପ ମାନପତ୍ର ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ମାର୍ଚ୍ଚ ମାସ ୨୭, ୨୮ ଓ ୨୯ ତିନି ଦିନ ଧରି ଟାଉନ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ କ୍ୟାମ୍ପୋରୀ ଆୟୋଜିତ ହୋଇଥିଲା । ଜିଲ୍ଲା ମୁଖ୍ୟ କମିଶନର ଶ୍ରୀ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ସମୟରେ ବିଶେଷ କରି ଗ୍ରୀଷ୍ମ ସମୟରେ ପାନୀୟ ଜଳ, ସରବତ ଓ ପଣା ବଣ୍ଟନ ହୋଇଥିଲା । ହରିଶଙ୍କର ମେଳାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । କୋଭିଡ ସମୟରେ ମାସ୍କ, ସାନିଟାଇଜର ବଣ୍ଟନ, ଡାକ୍ତରଖାନାରେ ରକ୍ତ ଅଭାବ ସମୟରେ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପ୍ଟେନମାନଙ୍କ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଫଳସ୍ୱରୂପ ବଲାଙ୍ଗିର ଜିଲ୍ଲାକୁ ଶ୍ରେଷ୍ଠ କ୍ୟାମ୍ପୋରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାର ୬୨ ଜଣ ଛାତ୍ର ଓ ୭୩ ଜଣ ଛାତ୍ରୀ ରାଜ୍ୟ ପୁରସ୍କାର ପାଇଛନ୍ତି । ଏହି ଉତ୍ସବରେ ଜିଲ୍ଲା ଅର୍ଗାନାଇଜିଙ୍ଗ କମିଶନର ଗାଇଡ କସ୍ତୁରୀ ରଥ, ସ୍କାଉଟ ମାଷ୍ଟର ବିନୋଦ ମହାପାତ୍ର ଓ ରଞ୍ଜିତ ବେହେରା ଯୋଗ ଦେଇଥିଲେ । ଏହି ଉତ୍ସବରେ ରାଜ୍ୟ ମୁଖ୍ୟ କମିଶନର ଭାରତ ସ୍କାଉଟ ଗାଇଡ କାଳୀ ପ୍ରସାଦ ମିଶ୍ର, ମନ୍ତ୍ରୀ ତଥା ସଭାପତି ଅତନୁ ସବ୍ୟସାଚୀ ନାୟକ, ଉପସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ଉପସଭାପତି ତଥା ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ଉପସଭାପତି ମନୋରଂଜନ ମହାନ୍ତି ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ‘ସମାଜ’ର ପ୍ରକାଶକ ନିରଂଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 2 =