pakka

ବେଲପଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାସର ତୃତୀୟ ସୋମବାର ଦିନ ବେଲପଡ ବ୍ଲକ କାର୍ଯ୍ୟଳୟ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧକ୍ଷତା କରିଥିଲେ । ଜନ ଶୁଣାଣି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର, ପି.ଡି. ଡିଆର୍‌ଡିଏ ସୁଶାନ୍ତ କୁମାକ ସିଂ, ପାଟଣାଗଡ ଉପଜିଲ୍ଲାପାଳ ଡ.ବିଜୟା ନନ୍ଦ ସେଠୀଙ୍କ ସମତେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବେଲପଡା ବିଡିଓ, ତହସିଲଦାର ତଥା ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନ ଅଭିଯୋଗ ଶୁଣାଣିରେ ଅଂଚଳର ବିଭିନ୍ନ ସସମ୍ୟା ମୂଳକ ମୋଟ ୫୬ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍‌ ମଧ୍ୟରୁ ୪୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବା ବେଳେ ଅବିଶିଷ୍ଠ ୦୭ ଗୋଟି ଗ୍ରାମ୍ୟ ସମସ୍ୟା ମୂଳକ ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ପାଟଣାଗଡର ଦେବରାଜ ସେଲମା ଓ ଶଙ୍ଖ ସେଲମାଙ୍କୁ ବିବାହ ପ୍ରୋତ୍ସାହନ ରାଶି ସହାୟତା ବାବଦରେ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍‌ ଅତିରିକ୍ତ ଜିଲ୍ଲାପାଳ ପ୍ରଦାନ କରିଥିଲେ । ସେହିପରି ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟ ସମଲେଇ ଗ୍ରାମର ଶ୍ରୀରାମ ଭଗବତୀ ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ କ୍ଷମତା ଯୋଜନା ଜରିଆରେ ଏକ କାଳୀନ ଆବର୍ତ୍ତନ ପାଣ୍ଠି ବାବଦରେ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

eighteen + eighteen =