pakka

ଇପିଏଫ୍‌ ଏସୋସିଏସନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ପ୍ରେରଣ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ୍‌ ଓଡିଶା ଇପିଏଫ୍‌ ପେନ୍‌ସନର୍ସ ଆସୋସିଏସ୍‌ନ ପକ୍ଷରୁ ବିଭିନ୍ନ ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ପ୍ରେରଣ କରାଯାଇଥିଲା । ଦାବୀଗୁଡିକ ମଧ୍ୟରେ ରହିଥିଲା ମାସିକ ପେନ୍‌ସନ୍‌ ୯ ହଜାର ଟଙ୍କାକୁ ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ଦାବୀ ହୋଇଛି । ସଂଘ ପକ୍ଷରୁ ସଂଘର ଜିଲ୍ଲା ସଭାପତି ବିଶ୍ୱ ପ୍ରକାଶ ମିଶ୍ର ଓ ସାଧାରଣ ସଂପାଦକ ଅମୁଲ୍ୟ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ମୁଖ୍ୟ ଡାକଘର ସମ୍ମୁଖରେ ପ୍ରତିବାଦ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪୦୦ରୁ ଅଧିକ ପୋଷ୍ଟ କାର୍ଡ ପ୍ରେରଣ କରାଯାଇଥିଲା । ସଂଘର ବିଭିନ୍ନ କର୍ମକର୍ତ୍ତା ଉପସଭାପତି ଅଭୟ କୁମାର ମିଶ୍ର, କୋଷାଧ୍ୟକ୍ଷ କାର୍ତ୍ତିକେଶ୍ୱର ସାହୁ ଏବଂ ସନ୍ତୋଷ ତ୍ରିପାଠି, ରାଧେଶ୍ୟାମ ଶତପଥି, ସରୋଜ କୁମାର ମିଶ୍ର, ସୁବୋଧ ବାଗ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତ ରହି ପୋଷ୍ଟକାର୍ଡ ପ୍ରେରଣ କରିବା ସହ ପ୍ରତିବାଦ ଜଣାଇଥିଲେ ।

Leave A Reply

Your email address will not be published.

fifteen + eleven =