pakka

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘର ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

bbehera

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଡ୍ରାଇଭର ମହାସଂଘର ଶାଖା ନର୍ଲା ନିର୍ବାଚନ ମଣ୍ଡଳୀ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କୁ ଦଶ ଦଫା ଦାବୀ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ଡ୍ରାଇଭର ଲାଇସେନ୍ସ ପାଇଁ ଧାର୍ଯ୍ୟ ମୂଲ୍ୟ କମ୍ କରିବା, ଡ୍ରାଇଭରଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା ପ୍ରଦାନ, ପ୍ରତି ଶହେ କିଲୋମିଟରରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ ସ୍ଥଳୀ, ଭତ୍ତା ପ୍ରଦାନ, ଆବାସ ଯୋଜନାରେ ପାଞ୍ଚ ଲକ୍ଷ ସହାୟତା, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବରେ ଘୋଷଣା ଭଳି ଦଶ ଦଫା ଦାବୀରେ ଦାବୀପତ୍ର ପ୍ରଦାନ କରିଥିଲେ । ଡ୍ରାଇଭର ମହାସଂଘ ପକ୍ଷରୁ ମ.ରାମପୁରରୁ ବିଶ୍ଵ ରଞ୍ଜନ ମାହାର, ସ୍ୱାଗତ ମହାନ୍ତି, ତ୍ରୈଲୋକ୍ୟ ନାୟକ, ଜିତେନ୍ଦ୍ର ବାରିକ, କର୍ଲାମୁଣ୍ଡାରୁ କାମ ଦେବ ଭୋଇ, ସଂକୀର୍ତ୍ତନ ସାହୁ ଓ ନର୍ଲାରୁ ଦାଶରଥି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

one × 4 =