csstore

ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରରେ ପୃଷ୍ଟିକର ଦିବସ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ମା’ ଓ ଶିଶୁମାନଙ୍କ ଦେହ ସୁସ୍ଥ କିପରି ରହିବ, ତାହାକୁ ଦୃଷ୍ଟିରେ ରଖି ଆଜି ପୃଷ୍ଟିକର ଦିବସ ପାଳିତ ହୋଇଯାଇଛି । ସୂଚନା ଏହି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଅଙ୍ଗନବାଡ଼ି କର୍ମୀ ମତି ଲୀଳାବତୀ ମେହେରଙ୍କ ତତ୍ତ୍ଵାବଧାନରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ମା’ମାନଙ୍କୁ ପୃଷ୍ଟିକର ଖାଦ୍ୟ ଦେଖାଇ ବୁଝାଇଥିଲେ । ଫଳରେ ମା ଓ ଶିଶୁ ସୁସ୍ଥ ରହିବେ ବୋଲି ପରାମର୍ଶ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଜଲିଆଦର୍ହ ଗ୍ରାମ ଆଶା ଦିଦି ମଧ୍ୟ ଉପସ୍ଥିତ ରହି କିପରି ପୃଷ୍ଟିକର ଖାଦ୍ୟ ପ୍ରଚୁର ପରିମାଣରେ ଖାଇବେ, ତାହା ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ମା’ମାନେ ମଧ୍ୟ ଉପସ୍ଥିତ ରହି ଉକ୍ତ ଦିବସ ପାଳନ କରିଥିଲେ ।

jayashree
Leave A Reply

Your email address will not be published.