ବିନେଶ ଗହିର ସଇଁନ୍ତଳା ଯାଦବ ସମାଜର ସଭାପତି ମନୋନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପଶ୍ଚିମ ଓଡିଶାର ଯାଦବ ବିକାଶ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ବଳରାମ ସିଂ ଯାଦବ ଜିଲ୍ଲା ସାଧାରଣ ସମ୍ପାଦକ କୁମାର ପାଣ୍ଡେ ଯାଦବ ଓ ସଇଁତଲା ବ୍ଲକର ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ସଭାପତିଙ୍କ ଅନୁମୋଦନ କ୍ରମେ ଆଜି ସଇଁତଲା ଯୁବ ସଭାପତି ଭାବରେ ଯୁବ ସାମ୍ବାଦିକ ବିନେଶ କୁମାର ଗହୀର ସମସ୍ତଙ୍କ ସମ୍ମତି କ୍ରମେ ଦାୟିତ୍ୱ ଗ୍ରହଣ କରିଛ‌ନ୍ତି । ତେବେ ଶ୍ରୀ ଗହିର ଜଣେ ସମାଜସେବୀ ଏବଂ ପରୋପକାରୀ ବ୍ୟକ୍ତି । ସେ ସଦାସର୍ବଦା କିପରି ନିଜ ଅଞ୍ଚଳ ଏବଂ ଯାଦବ ପରିବାରର ବିକାଶ ହେବ, ସେ ଦିଗରେ ପ୍ରବର୍ତ୍ତାଇ ଥାନ୍ତି ଓ ଲୋକଙ୍କ ଦୁଃଖ ସୁଖ ସମୟରେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଥାନ୍ତି । ତେଣୁ ସମସ୍ତଙ୍କ ସମ୍ମତି କ୍ରମେ ଓ ଶ୍ରୀ ସିଂ ଯାଦବଙ୍କ ତତ୍ତ୍ଵାବଧାନରେ ଆଜି ଶ୍ରୀ ଗହୀରଙ୍କୁ ସଇଁନ୍ତଲା ଯାଦବ ସମାଜ ପକ୍ଷରୁ ତାଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି । ସୂଚନା ଏହି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳରେ ଯାଦବ ସମାଜ ପକ୍ଷରୁ ଅନେକ ସମାଜସେବା କାର୍ଯ୍ୟ କରିଥାନ୍ତି ଏବଂ ବହୁ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରିଥାନ୍ତି । ତେବେ ସମସ୍ତ କାର୍ଯ୍ୟ ବଳରାମ ସିଂ ଯାଦବଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ଅଞ୍ଚଳରେ ସମସ୍ତ ଗୁରୁ ଦାୟିତ୍ୱ ତୁଲାଇବା ପାଇଁ ବହୁ ଯାଦବ ଭାଇ ସହଯୋଗ କରିଥାନ୍ତି । ତେଣୁ ସବୁକୁ ଦୃଷ୍ଟିରେ ରଖି ଆଜି ଶ୍ରୀ ଗହିରଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ସମସ୍ତଙ୍କ ମନରେ ଆନନ୍ଦ ଭରି ରହିଛି ।

Leave A Reply

Your email address will not be published.