ପଦ୍ମପୁର ସହରରେ ଏବେଠୁଁ ଦେଖା ଦେଲାଣି ପାନୀୟ ଜଳ ସଂକଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିରେ ଏବେଠାରୁ ପାନୀୟ ଜଳର ଅଭାବ ଦେଖା ଦେଲାଣି । ଏଠାରେ ପାନୀୟ ଜଳର ଅଭାବ କିଛି ନୂଆ କଥା ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ ବର୍ଷା ଋତୁରେ ପାନୀୟ ଜଳ ଅଭାବ ଯୋଗୁଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗତ ସାତ ଆଠ ଦିନ ହେଲା ସହରର ଅଧିକାଂଶ ଜାଗାରେ ଜଳଯୋଗଣ ବ୍ୟାହତ ହୋଇଛି । ଗୋଟିଏ ପଟେ ସହରବାସୀଙ୍କୁ ଗୋଳିଆ ତଥା ନାଲ ମିଶା ପାଣି ଯୋଗାଇ ଦିଆଯାଉଛି ଏବଂ ଏ ବିଷୟରେ ସହରବାସୀ ବାରମ୍ବାର ଅଭିଯୋଗ କଲା ସତ୍ୱେ କୋୖଣସି ପଦକ୍ଷେପ ନିଆଯାଉନାହିଁ । ଅନ୍ୟ ପଟେ ଜଳଯୋଗଣ ଏବେ ସମ୍ପୁର୍ଣ୍ଣ ଠପ ହୋଇ ପଡିଥିବାରୁ ସହରବାସୀ ବହୁତ ହଇରାଣ ହେଉଛନ୍ତି । ଏ ବିଷୟରେ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ପଦ୍ମନାଭ ମାଝୀଙ୍କୁ ପଚରା ଯିବାରୁ ସେ ନଦୀରେ କାମ ଚାଲୁଥିବା ଏବଂ ଲୋ ଭେଲଟେଜ ସମସ୍ୟା ଯୋଗୁଁ ଜଳଯୋଗଣରେ ବାଧା ଉପୁଜିଥିବା ପ୍ରକାଶ କରିଥିଲେ । ପଦ୍ମପୁରବାସୀଙ୍କ ଏହି ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ସହ ବିଚାର କରି ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.