ଘଣ୍ଟାପଡା ହାଇସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସ୍ଥିତ ସମଲେଶ୍ୱରୀ ହାଇସ୍କୁଲରେ ନୂତନ ଭାବେ ପ୍ରଧାନ ଶିକ୍ଷକ ପୀତବାସ ପଣ୍ତା ଯୋଗ ଦେଇଛନ୍ତି । ଏନେଇ ଶୁକ୍ରବାର ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କବିତା ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜନ କରାଯାଇଥିଲା । ଅତିଥି ଭାବରେ ଆଦିବାସୀ ବିଦ୍ୟାଲୟ ନୂଆଁପାଲି ର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀ ଏବଂ ରିଙ୍ଗାପଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଦ୍ୟୁତବନ୍ଧୁ ସାହୁ ଯୋଗ ଦେଇଥିଲେ । ସଭାରେ ନୂତନ ପ୍ରାଧାନ ଶିକ୍ଷକ ଶ୍ରୀପଣ୍ଡା ଙ୍କୁ ପୁଷ୍ପଗୁଚ୍ଛ ସହ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ପୁର୍ବତନ ପ୍ରଧାନ ଶିକ୍ଷକ ଦିଗାମ୍ବର ସାହୁ, ସହକାରୀ ଶିକ୍ଷକ ଶ୍ରୀପତି ମଲିକ, ହିମାଂଶୁ ପ୍ରଧାନ ଏବଂ ପିଅନ ପ୍ରଫୁଲ୍ଲ ଦେହୁରୀଙ୍କୁ ଉତ୍ତରୀୟ ସହ ମାନପତ୍ର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାଯ୍ୟକ୍ରମରେ ଶିକ୍ଷକ ଆକାଶ ମେହେର, ସୁବାଷ ସାହୁ, ଲିପୁନ କୁମାର ପଧାନ, ଚନ୍ଦ୍ରଶେଖର ବେହେରା, ଖେଳ ଶିକ୍ଷକ ମନ୍ଦାକିନୀ ବଗର୍ତ୍ତି ଏବଂ ପିଅନ ରବିନ୍ଦ୍ର କୁମାର ଦେହୁରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.