jayashree

ନଭେମ୍ବର ୨୯ରେ ଘେଁସରେ ସାହିତ୍ୟ ଉଛବ୍ ‘ମେଲନ୍ ମେସନ୍’ : ସମ୍ବର୍ଦ୍ଧିତ ହେବେ ୮ ପ୍ରତିଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଘେଁସ ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦର ସାଧାରଣ ପରିଷଦର ଏକ ବୈଠକ ଆୟୋଜିତ ହୋଇ ନୁତନ ପରିଚାଳନା କମିଟି ପୁନଃଗଠନ ହେବା ସହିତ ସାହିତ୍ୟ ଉତ୍ସବ ମେଲନ ମେସନ-୨୦୨୬ ପାଇଁ ପ୍ରସ୍ତୁତି ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଅନୁକୂଲ୍ୟରେ ଆଗାମୀ ନଭେମ୍ବର୨୯ ତାରିଖ ରବିବାର ଦିନ ଅଭିମନ୍ୟୁ ସାହିତ୍ୟ ସଂସଦରେ ସାହିତ୍ୟ ଉତ୍ସବ ମେଲନ ମେସନ ଅନୁଷ୍ଠିତ ହେବ । ଏନେଇ ଅନୁଷ୍ଠିତ ବୈଠକରେ ନବନିର୍ବାଚିତ ସଭାପତି ଅଶୋକ ପୂଜାହାରୀ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମିଶ୍ର, ଉପସଭାପତି ଶୋଭାଚନ୍ଦ୍ର ପ୍ରଧାନ, ସଂପାଦକ ଗୋକୁଳାନନ୍ଦ ମହାପାତ୍ର, ସହ-ସଂପାଦକ ତୁଳସୀ ବାରିକ ଓ ଅଧିକାରୀ ସା, କୋଷାଧ୍ୟକ୍ଷ ସଦାନନ୍ଦ ମେହେର, କାର୍ଯ୍ୟକାରୀ କମିଟି ସଦସ୍ୟ କୈଳାଶ ରାଜହଂସ, ପ୍ରିୟବ୍ରତ ସାହୁ, ସ୍ୱାଧିନ ଭୋଇ, ତରଣୀ ତାଣ୍ଡି ତଥା ଉପଦେଷ୍ଟା ଲୋକକବି ଡ. ହଳଧର ନାଗ ଓ ଡ. ସୁବାସ ମେହେର ଏବଂ ଅନ୍ୟାନ୍ୟ ସାହିତ୍ୟପ୍ରେମୀମାନେ ଉପସ୍ଥିତ ଥିଲେ । ୨୦୨୬ ବର୍ଷ ପାଇଁ ବିଶିଷ୍ଟ ଅନୁବାଦକ କଟକରୁ ସୁରେନ୍ଦ୍ରନାଥଙ୍କୁ ଅଭିମନ୍ୟୁ ସମ୍ମାନ, ବଲାଙ୍ଗିରରୁ ମୁରଲି ସିକାଙ୍କୁ କଥାନି, ସମ୍ବଲପୁରରୁ ଅର୍ଜୁନ ମେହେରଙ୍କୁ କବିତା, ସୋନପୁରରୁ ସୁମନ୍ତ ଭୋଇଙ୍କୁ ନାଟକ, ବରଗଡ଼ରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଲୋଚନା ବିଭାଗ ପାଇଁ ବଉଲ ସମ୍ମାନ ଏବଂ ବିଶିଷ୍ଟ ଚଳଚିତ୍ର ନିର୍ମାତା ଲିଟୁ ମହାନ୍ତି, ଅଭିମନ୍ୟୁ ସାହିତ୍ୟ ଗବେଷକ ଡ. ପ୍ରହଲ୍ଲାଦ ମେହେର, କବୟିତ୍ରୀ ଉମା ଅଗ୍ରୱବାଲଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ୨୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘେଁସ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସମ୍ବଲପୁରୀ-କୋଶଲି ଭାଷାର କ୍ଷୁଦ୍ର କବିତା ପାଠୋତ୍ସବ, ଭାଷା ସାହିତ୍ୟ ଉପରେ ବୈାଦ୍ଧିକ ଆଳୋଚନା, ସାହିତ୍ୟ ସଂସଦର ମୂଖପତ୍ର ‘ବଉଲ’ ପତ୍ରିକା ଏବଂ ବିଭିନ୍ନ ବହି ଉନ୍ମୋଚନ, ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ କବି ଲେଖକ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀମାନେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.