
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସଭାଗୃହ ପର୍ଯ୍ୟନ୍ତ ଆସିଥିଲା । ସଭାଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ତାଙ୍କର କରେନ୍ଦ୍ର ମାଝି ଜଣେ ଟାଣୁଆ ଆଦିବାସୀ ନେତା ଥିଲେ ଏହି ଅଞ୍ଚଳର ସଂସ୍କୃତି, ପରମ୍ପରାର ରକ୍ଷା କରିବା ସହ ବିକାଶରେ ମାଇଲ ଖୁଣ୍ଟ ରହିଥିଲେ ବୋଲି କହିଛନ୍ତି । ତାଙ୍କ ସହ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବିଧାୟକଙ୍କ ପ୍ରତିନିଧି ଟୁନା ଦାସ, ଜି.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ମାନ ଗୋବିନ୍ଦ ପ୍ରଧାନ, ଟ୍ରାଇଫେଡ ଅଧକ୍ଷ ପବିତ୍ର କହଁର, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଉପାଧକ୍ଷା କପନା କହଁର, ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ବୌଦ୍ଧ ସ୍ଵାମିଜୀ ଅଯୋଧ୍ୟା ଦାସ, ଜଗନ୍ନାଥ ସାହୁ, ନେତ୍ର ମାନସେଠ, ଲିଙ୍ଗରାଜ ଦଳବେହେରା, ଜିଲ୍ଲା ପରିଷଦ ଉର୍ବଶୀ ନାୟକ, ଜୁଲିମା ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦେବେନ୍ଦ୍ର କୁଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ବନବାସୀ ସେବା ସମିତିର କୁନି କୁନି କଳାକାର ସଙ୍ଗୀତ ଗାନ କରିଥିଲେ । ଶେଷରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପୁଅ ଚିରଞ୍ଜିବୀ ମାଝି ଧନ୍ୟବାଦ ପ୍ରଦାନ କରିଥିଲେ ।