pakka

ମହିୟସୀ ମହିଳାଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ଗାଁର ମୂଳନିବାସୀ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଦାମୋଦର ପାଢୀଙ୍କ ଧର୍ମପତ୍ନୀ ରୁକ୍ମଣୀ ପାଢୀ(୭୩)ଙ୍କର ଶନିବାର ସଂଧ୍ୟାରେ ତାଙ୍କ କୋସଲନଗରସ୍ଥିତ ବାସଭବନରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ରୁକ୍ମଣୀ ମେଣ୍ଡାର ସ୍ୱନାମଧନ୍ୟ ପାଢୀ ପରିବାରର ବଡବୋହୁ ଥିଲେ । ଜଣେ ମେଳାପୀ ଓ ଭଦ୍ର ମହିଳା ଭାବରେ ଜଣାଶୁଣା ରୁକ୍ମଣୀଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମର ଶରୀରର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ସ୍ୱାମୀ ଦାମୋଦର ପାଢୀ, ଦୁଇଝିଅ ଅର୍ଚ୍ଚନା ଓ ଅଞ୍ଜନା, ଜ୍ୱାଇଁ ବାଲାଜୀ ଓ କମଲ, ଦିଅର କୃପାସିନ୍ଧୁ, ବୃନ୍ଦାବନ, ଡ.ନନ୍ଦକିଶୋର ପାଢୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ରବିବାର ବିଭୂତିପଡା ସ୍ଥିତ ସ୍ମଶାନରେ ତାଙ୍କ ଅନ୍ତେଷ୍ଟିକ୍ରିୟା ହୋଇଥିଲା ଓ ବଡଝିଅ ଅର୍ଚ୍ଚନା ମୁଖାଗ୍ନୀ ଦେଇଥିଲେ ।

jay balangir
Leave A Reply

Your email address will not be published.

eight + 10 =

error: Content is protected !!