pakka

ଫସଲ ବୀମା ରାଶି ମିଳିବା ଦାବୀ ନେଇ ପାଟଣାଗଡ଼ କୃଷକ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

bbehera
  • ଆଗାମୀ ୧୦ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ସମସ୍ତ ସରକାରୀ ଅଫିସରେ ତାଲା ପକାଇ ଧାରଣା ଦେବା ସହ ସରକାରୀ ଅଫିସ ଅଚଳ କରିବାକୁ ଚେତାବନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅଞ୍ଚଳର କୃଷି ଓ କୃଷକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଚାଷୀମାନଙ୍କ ଅବସ୍ଥା ଦୋହଲି ପଡ଼ିବା ସହ ମେରୁଦଣ୍ଡ ଭାଙ୍ଗି ପଡୁଛି । ଅନ୍ୟପକ୍ଷରେ ଅନ୍ନଦାତା ଚାଷୀମାନଙ୍କୁ ଅଣଦେଖା ଓ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି । ବର୍ଷନୁବର୍ଷ ଧରି ମରୁଡି ପ୍ରଭାବିତ ହେତୁ ଆହୁରି ଚାଷୀମାନଙ୍କ ଦୁଃଖ ବଢିଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ମିଳିବା ପାଇଁ ପ୍ରିୟମ ଟଙ୍କା ଜମା କରିଥିବା ବେଳେ ଟାଳଟୁଳ ନୀତି ଯୋଗୁଁ ଗତ ୨୦୨୧ ମସିହାରେ ହୋଇଥିବା ସମ୍ପୂର୍ଣ୍ଣ ମରୁଡିରେ କୃଷି ବୀମା ରାଶି ପ୍ରଦାନ କରାଯାଇନାହିଁ । ଏନେଇ ଆଜି ପାଟଣାଗଡ଼ କୃଷକ ସେନା ପକ୍ଷରୁ ୧୧ ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀଙ୍କୁ ପ୍ରଦାନ କରିଛନ୍ତି । ୧୧ ଦଫା ସମ୍ବଳିତ ଦାବିପତ୍ରରେ ୨୦୨୧ ମସିହା ମରୁଡି କ୍ଷତି ଗ୍ରସ୍ତ ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବା, ୨୦୨୧ ବର୍ଷ ମରୁଡି କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା, ଠକ କମ୍ପାନୀ ଓ ନକଲି ବୀମା ଚାଷୀଙ୍କୁ ଗିରଫ କରିବା, ବିହୀନ, ସାର ଓ କୀଟନାଶକ ଔଷଧ ବର୍ଦ୍ଧିତ ମୂଲ୍ୟକୁ ଖାରଜ କରିବା ସହ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇବା, କୃଷି ଋଣ ଛାଡ କରିବା, ଧାନର ସର୍ବନିମ୍ନ ମୂଲ୍ୟ ଓ ଏମ୍ଏସ୍‌ପିକୁ ଆଇନର ମାନ୍ୟତା ଦିଆଯିବା, ଜମିକୁ ଜଳସେଚନ ବ୍ୟବସ୍ଥା ଓ ମାଗଣା ଜଳଯୋଗାଇବା, ମାଗଣା ବିଦ୍ୟୁତ, ସବ୍‌ସିଡି ଦରରେ ଡିଜେଲ ଯୋଗାଇବା, ଚାଷୀ ଭତ୍ତା ପ୍ରଦାନ କରିବା, ଦଦାଲ ରୋକିବା, ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ବ୍ୟବସ୍ଥା କରିବା ଆଦି ଦାବୀ ରହିଛି । ସ୍ଥାନୀୟ ଗଙ୍ଗାଧର ପାର୍କଠାରେ କୃଷକ ସେନା ସୌରୀ ସାହୁଙ୍କ ନେତୃତ୍ୱରେ ଚାଷୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ନାରାବାଜି ଦେଇଥିଲେ । ୧୧ଦଫା ଦାବୀର ସମାଧାନ ଆଗାମୀ ୧୦ ଦିନ ମଧ୍ୟରେ ସମାଧାନ ନହେଲେ ସମସ୍ତ ସରକାରୀ ଅଫିସରେ ତାଲା ପକାଇ ଧାରଣା ଦେବା ସହ ସରକାରୀ ଅଫିସକୁ ଅଚଳ କରିବାକୁ କୃଷକ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ରାଜ୍ୟ ସଭାପତି ସଚିନ ମହାପାତ୍ର, ଆଞ୍ଚଳିକ ଜୟ କିଷାନ କୃଷକ ଜୁରିଆ ସଭାପତି ଗୋପବନ୍ଧୁ ସାହୁ, ବିପିନ ବରିହା, କୁରେଶ୍ୱର ବରିହା, ମିତ୍ରଭାନୁ ସାହୁ, ରବି ଚନ୍ଦ୍ର ସାହୁ, କେଚକେଜା ସାହୁ, ମିନକେତନ ସାହୁ, ଶଙ୍କର ସାହୁ, ସରୋଜ ସାହୁ, ସୁଦନ ସାହୁ, ବଳଦେବ ପଣ୍ଡା, ଦୁଆନୁ ପଣ୍ଡା, ଉମେଶ କୁମାର ଦାସ, ଭିମସେନ ଦାସ, ଶମ୍ଭୁ ତଣ୍ଡକାର, ରାତୁ ବରିହା, ଶ୍ୟାମ ତାଣ୍ଡି, ଲିଙ୍ଗରାଜ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ବିଶିକେସନ ସାହୁ, ନାରାୟଣ ସେଠ, ରାମପ୍ରସାଦ ପଣ୍ଡା, କଲାରୁ ପଣ୍ଡା ପ୍ରମୁଖଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

13 + seventeen =

error: Content is protected !!