pakka

ସହରରେ ସଫେଇ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କଲେ ପୌରାଧ୍ୟକ୍ଷା

bbehera

ବଲାଙ୍ଗିିର, (କେପିଏନ୍‌ଏସ୍‌) : ସହରରେ ସଫେଇ କାର୍ଯ୍ୟକ୍ରମକୁ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଅନୁସାରେ ଆଜି ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସଫେଇ କର୍ମଚାରୀମାନଙ୍କୁ ନେଇ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସହରକୁ ଆହୁରି ସ୍ୱଚ୍ଛ ସୁନ୍ଦର କରିବା ଉଦ୍ଦେଶ୍ୟରେ ଆଲୋଚନା କରିଛନ୍ତି । ଏଥିରେ ପୌର ପରିଷଦର ସଫେଇ ବିଭାଗର ମୁଖ୍ୟ ନରସିଂହ ଦୀପଙ୍କ ସହ ସମସ୍ତ ପୌରପରିଷଦର ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସହରର ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ସଫେଇ କର୍ମଚାରୀମାନେ ଆସନ୍ତା ୧୦ ତାରିଖ ମଧ୍ୟରେ ସେମାନଙ୍କୁ ବେତନ ପ୍ରଦାନ ପାଇଁ ଦାବୀ କରିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

4 × five =

error: Content is protected !!