pakka

ଆକସ୍ମିକ ବିପତ୍ତି ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

bbehera

ବେଗୁନିଆ : ଆକସ୍ମିକ ବିପତ୍ତି ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ବେଗୁନିଆ ବ୍ଲକରେ ଆକସ୍ମିକ ବିପତ୍ତିକୁ କିପରି ସାମନା କରାଯିବ ସେଥିପାଇଁ ବ୍ଲକ ସଭା ଗୃହରେ ବିଡିଓ ଲଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୋଡାଲ ଏନଜିଓର ସେକ୍ରେଟାରୀ ଜ୍ୟୋତ୍ସ୍ନା ଦାସ ଉପସ୍ଥିତ ରହି ଦୁର୍ବିପାକରୁ କେମିତି ଧନଜୀବନ ସୁରକ୍ଷିତ ରଖା ଯାଇ ପାରିବ ଏବଂ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ସେ ଉପରେ ଆଲୋଚନା କରିଥିଲେ । ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଲୋକମାନଙ୍କୁ କିପରି ବନ୍ୟା ବାତ୍ୟାରୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତେ ମିଳିମିଶି ଦୁର୍ବିପାକକୁ ସାମନା କରି ଲୋକମାନଙ୍କୁ ସୁରକ୍ଷିତ ରଖି ପାରିବା ବୋଲି ବିଡ଼ିଓ କହିଥିଲେ । ଜିପିଓ ଦେବାଶିଷ ସାହୁ ଏହି ବୈଠକକୁ ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାହୀଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

12 + four =

error: Content is protected !!