csstore

ଗରିବର ଦୁଃଖ ଶୁଣିବାକୁ ପ୍ରଶାସନ, ଜନ ପ୍ରତିନିଧି କେହି ନାହାଁନ୍ତି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଧବା, ସ୍ୱାମୀ ପରିତ୍ୟକ୍ତା, ଦିବ୍ୟାଙ୍ଗ ମହିଳାମାନଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ସମୟ ନାହିିଁ । ଦୀର୍ଘ ବର୍ଷ ଧରି ନିଜେ ରହୁଥିବା ଜମି ପଟ୍ଟା ହେବା ପରିବର୍ତ୍ତେ ରାଜସ୍ୱ ବିଭାଗକୁ ଧରି ଅନ୍ୟ ଜଣେ ଧନୀଲୋକ ୮ଟି ପରିବାରର ଜମିକୁ ନିଜ ନାମରେ ରେକର୍ଡ କରାଇ ନେବା ଘଟଣାର ପ୍ରତିବାଦ କରି ପଦ୍ମପୁର ବିଧାୟକ, ଉପଜିଲ୍ଲାପାଳ, ତହସିଲଦାରଙ୍କ ପାଖରେ ଗତ ୩ ବର୍ଷ ଧରି ଗୁହାରୀ କରି ଲିଖିତ ଅଭିଯୋଗ ହେବା ସତ୍ତ୍ବେ କେହି ଏହି ଗରିବ ମହିଳାମାନଙ୍କୁ ସହାୟତା କରୁ ନଥିବା ମହିଲାମାନେ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ସିଂହନପୁର ଗ୍ରାମରେ ଜେଲ ପାଖରେ ଏକ ସରକାରୀ ଜମିରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ମାଟି ଝାଟି ଘର ନିର୍ମାଣ କରି ୮ଟି ପରିବାର ବସବାସ କରୁଥିବା ବେଳେ ଏବେ ଗତ କିଛି ବର୍ଷ ହେବ ଜଣେ ଧନୀଲୋକ ଏହି ପରିବାରକୁ ସେଠାରୁ ଉଠାଇ ଜମି ଦଖଲ କରିବା ଉଦ୍ୟମ ଚଲାଇ ଥିବା ନେଇ ଏହି ମହିଳା ମାନେ ବିଧାୟକ, ଉପଜିଲ୍ଲାପାଳ, ତହସିଲଦାରଙ୍କଠାରେ ଅଭିଯୋଗ କରିଛନ୍ତି । କେତେକ ବିଧବା, ଦିବ୍ୟାଙ୍ଗ ଓ ସ୍ୱାମୀ ପରିତ୍ୟକ୍ତା ଥିବା ବେଳେ ତାଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ସାମିଲ ହୋଇ ବ୍ଲକରୁ ଘର ନିର୍ମାଣର ୱାର୍କ ଅର୍ଡର ପାଇଥିବା ବେଳେ ଜମି ବିବାଦ ଯୋଗୁଁ ଘର ମଧ୍ୟ ନିର୍ମାଣ କରିପାରୁ ନଥିବା ସେମାନେ ପ୍ରକାଶ କରିଛନ୍ତି । ଶ୍ରୀମତୀ ଶକୁଲାଲ ପାଣ୍ତେ, ସୁକାନ୍ତି ମେହେର, ତେଜସ୍ୱିନୀ ମେହେର ପୁଣି ଥରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଗରିବ ମହିଳାଙ୍କ ପ୍ରତି ସୁବିଚାର କରିବା ପାଇଁ ନିବେଦନ କରିଛନ୍ତି ।

jayashree
Leave A Reply

Your email address will not be published.