pakka

ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

bbehera

ଭୁବନେଶ୍ୱର : ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ ବୋଲି କହିବା ସହ ଦେଶରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକ ହିଁ ସରକାର ଗଢିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ନବୀନ-ମୋଦି ଜଣେ ଜଣେ ଉତ୍ତମ ରାଜନେତା, ଲୋକଙ୍କ ପାଇଁ ସବୁବେଳେ କାମ କରୁଛନ୍ତି । ଆଗକୁ କ’ଣ ହେବ ତାହା ଖୁବଶୀଘ୍ର ଜଣାପଡିବ ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଛନ୍ତି । ଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ରାଜ୍ୟ ଏବଂ ଦେଶରେ ଆଗାମୀ ନିର୍ବାଚନ ନେଇ ରହିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ।

jay balangir
Leave A Reply

Your email address will not be published.

one × five =