ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର, ୨ ଆହତ

ମୋହନଗିରି : ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣା ପଡିଛି । ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦେଢ଼ଶୁଲି ପଞ୍ଚାୟତର ସାରେଙ୍ଗପଡ଼ା, ପଟାଙ୍ଗି ଓ ତେନ୍ତୁଳିପଡ଼ା ଗାଁର ଲୋକେ । ଏଥିରେ ୭ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଖବର ଅନୁଯାୟୀୀ ବାହାଘର ଉତ୍ସବରେ ଯୋଗଦେବା ପାଇଁ କନ୍ଧମାଳ ଜିଲ୍ଲା ସୁଡ୍ରା ପଞ୍ଚାୟତର ମସ୍କା ପଡ଼ି ଗାଁ ଯାଉଥିଲେ । ଏକ ଅଟୋରେ ୧୫ ଜଣ ପୁରୁଷ ଓ ମହିଳା ଯାଉଥିଲେ । ଉକ୍ତ ସମୟରେ ଗାଡ଼ିଟି ଜାମୁଲି ରାସ୍ତା ଦେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଶେଷଘାଟି ବାଡେଙ୍ଗସରା ପାଖରେ ଓଲଟି ପଡ଼ିଥିଲା । ଯାହାଫଳରେ ଦୁର୍ଘଟଣାରେ ଜଣେ ଶିଶୁଙ୍କ ସହିତ ଛଅ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ମୋହନଗିରିସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମଦନରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଥି ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.

five × 1 =

error: Content is protected !!