ନିଷ୍ଠା ଓ ଆକାର ଫାଉଣ୍ଡେସନ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ ପାଇଁ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ ଲୋକଙ୍କ କାମଧନ୍ଦା ପୁରା ବନ୍ଦ ହୋଇଯାଇଛି । ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ଗାଇସିଲେଟ ବ୍ଲକର ଭୁତି ବାହାଲ, ସର୍ଗିପାଲି, ନାଥପାଲି, କନ୍ଦାଗାଡ, ଟେଂଗନାପାଲି, ଭାଂଗମୁଣ୍ଡା, ଜଡାମୁଡା, ଜାମୁଠବାହାଲକୁ ଯାଇ ୧୧୦ ପ୍ୟାକେଟ୍ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନେକ ଦିବ୍ୟାଂଗ ମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ଦିଆଯାଇଥିଲା । ଏଥିରେ ନିଷ୍ଠାର ସଦସ୍ୟ ତଥା ପୂର୍ବତନ ସାଂସଦ ପ୍ରଭାସ ସିଂହ ଯୋଗଦେଇ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ନିଷ୍ଠାର ଉପସଭାପତି କ୍ଷୀରୋଦ୍ର ସାହୁ, ସଦସ୍ୟ ସତ୍ୟଜିତ ପଟ୍ଟନାୟକ, ରୋହିତ ସାହୁଙ୍କ ସମେତ ଗାଇସିଲେଟର ଅହିଂସା କ୍ଳବର ସଭାପତି ଲକ୍ଷ୍ମଣ ଜୁଆଡି, ସଂପାଦକ ଶିବ ପ୍ରସାଦ ସାହୁ, ଗୁରୁଦେବ ସାହୁ ଜଗଦାନନ୍ଦ ନାଏକ ପ୍ରମୁଖ ରାସନ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − 6 =