ବଲାଙ୍ଗିର ଜିଲ୍ଲାରୁ ଆଜି ୫୬ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୫୬ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୪ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୧ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୧୦ଜଣ, ଗୁଡଭେଲା ବ୍ଲକରୁ ୨ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୪ଜଣ, ଲୋଇସିଂହା ବ୍ଲକରୁ ୨ଜଣ, ମୁରିବାହାଲ ବ୍ଲକରୁ ୩ଜଣ, ପାଟଣାଗଡ ଗ୍ରାମାଞ୍ଚଳରୁ ୫ଜଣ, ପୁଇଁନ୍ତଲା ବ୍ଲକରୁ ଜଣେ, ସଇଁନ୍ତଲା ବ୍ଲକରୁ ୯ଜଣ ଓ ଟିଟିଲାଗଡ ସହରାଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୪୫୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୭୬୯ ଜଣ ସୁସ୍ଥ ହୋଇଥିବା ବେଳେ ୬୧୦ ଜଣ ସକ୍ରିୟ ଓ ୭୨ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

2 × 1 =