ଧର୍ମ ପରାୟଣ ମହିଳା ଲକ୍ଷ୍ମୀପ୍ରିୟା ପୂଜାରୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି (କନ୍ଧପାଲି)ର ଧର୍ମପରାୟଣା ମହିଳା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପୁଜାରୀ(୭୨)ଙ୍କ ଶନିବାର ପୂର୍ବହ୍ନ ୧୦ଟା ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଶ୍ରୀମତୀ ପୂଜାରୀ ଅବସର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ପ୍ରହ୍ଲାଦ ପୂଜାରୀଙ୍କ ଧର୍ମପତ୍ନୀ । ସେ ଜଣେ ମିଷ୍ଟଭାଷୀ, ଧର୍ମ ପରାୟଣା ମହିଳା ଭାବେ ବେଶ ଜଣାଶୁଣା ଥିଲେ । ଅନ୍ତିମ ସମୟରେ ଦୁଇ ପୁଅ ପ୍ରକାଶ, ପ୍ରଶାନ୍ତ ଓ ଦୁଇ ଝିଅ ମଧ୍ୟରୁ ସାନ ଝିଅ ସଂଯୁକ୍ତା, ପୁତ୍ରବଧୂ ନାତି ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସୋନଗଡ଼ ନଦୀ କୂଳରେ କରୋନା କଟକଣା ମଧ୍ୟରେ ବନ୍ଧୁ, ସମାଜ ଓ ଗ୍ରାମବାସୀଙ୍କ ସହଯୋଗରେ ଶେଷକୃତ୍ୟ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ପ୍ରକାଶ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

4 + seven =