ବ୍ୟାସକବି ସାହିତ୍ୟ ସଂସଦ ନୀଳଗିରିର ପ୍ରଥମ ମାସିକ ଭର୍‌ଚୁଆଲ କବିତା ଆସର ଅନୁଷ୍ଠିତ

ବାଲେଶ୍ୱର : ଗତ ତା.୩୦.୦୫.୨୦୨୧ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବ୍ୟାସକବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ୱର ଆନୁକୂଲ୍ୟରେ ପ୍ରଥମ ଭର୍‌ଚୁଆଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆସରରେ ଓଡ଼ିଶାର ଯଶ୍ୱସୀ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ବରେଣ୍ୟ ସଭ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ଯଚିନ୍ଦ୍ର କୁମାର ସ୍ୱାଇଁ, ସଭାପତି ବିଶିଷ୍ଟ କବି ବିପିନ ବିହାରୀ ବାରିକ, ରାଜ୍ୟ ସଂଯୋଜକ ତଥା ଦକ୍ଷ ସଂଗଠକ ଓ ସୁସାହିତ୍ୟିକ ପ୍ରେମାନନ୍ଦ ବେହେରାଙ୍କ ସୁପରିଚାଳନାରେ ଏବଂ କବୟିତ୍ରୀ ସଂଗୀତା ବାରିକଙ୍କ ଉଚ୍ଚକୋଟୀର, ଆକର୍ଷଣୀୟ ଓ ବଳିଷ୍ଠ ସଂଯୋଜନାରେ କାର୍ଯ୍ୟକ୍ରମଟି ବେଶ ଉପଭୋଗ୍ୟ ହୋଇଥିଲା । ଏହି ଅନଲାଇନ ସମାରୋହରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ କବି କବୟିତ୍ରୀ ଯୋଗଦାନ କରିଥିଲେ । କବି ବିଚିତ୍ରାନନ୍ଦ ବେବର୍ତ୍ତା, ଯଚିନ୍ଦ୍ର କୁମାର ସ୍ୱାଇଁ, ବିପିନ ବିହାରୀ ବାରିକ, ପ୍ରେମାନନ୍ଦ ବେହେରା, ଦିଲ୍ଲୀପ କୁମାର ନନ୍ଦୀ, ଜ୍ଞାନେନ୍ଦ୍ର ଭୋଇ, ଧ୍ରୁବ ମୁଦୁଲୀ, ଅରୁଣ କୁମାର ପ୍ରଧାନୀ, ସନ୍ତୋଷ କୁମାର ସାହୁ, ରଞ୍ଜନ କୁମାର ମହାନ୍ତି, ବାବାଜୀ ଚରଣ ଦାସ, ଦୁର୍ଯ୍ୟୋଧନ ବାରିକ, ନୃସିଂହ ଚରଣ ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ଜୂମର ନାଥ ପାତ୍ର, ନାରୀକବି ସଂଗୀତା ବାରିକ, ଭାରତୀ ହୋତା, ସରସ୍ଵତୀ ବାରିକ, ମନ୍ଦାକିନୀ ପାଢ଼ୀ, ଶାନ୍ତିଲତା ପଣ୍ଡା, ଯମୁନା ଦାଶ, ଜିନାଶ୍ରୀ ରାଉତରାୟ ଓ ଅନ୍ୟାନ୍ୟମାନେ ଅଂଶ ଗ୍ରହଣ କରି ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ପରିଶେଷରେ କବି ରଂଜନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିମାସର ଶେଷ ରବିବାର ଦିନ ଗୁଗୁଲ ମିଟ୍ ମାଧ୍ୟମରେ ବ୍ୟାସକବି ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଂଯୋଜକ ପ୍ରେମାନନ୍ଦ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

eighteen + one =