ଅନ୍ତେବାସୀଙ୍କୁ ସାହା ହେଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି କେମିତି କରୋନା ଭୁତାଣୁକୁ ଦମନ କରି ହେବ ସେ ନେଇ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ଯୋଗୁଁ ଅନେକ ଗରିବ ଅସହାୟ ମଧ୍ୟବିତ୍ତ ଶ୍ରେଣୀର ପେଟ ପାଟଣା ପୁରା ଠପ ହୋଇପଡ଼ିଛି । ଆଜି ପଦ୍ମପୁର ଉପଖଣ୍ଡ ଖଲିଆପାଳି ପଞ୍ଚାୟତ ସରପଞ୍ଚ ତଥା ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ଗିରିଧାରୀ ସେଠ ବାଦୀମାଲ କୁଷ୍ଠାଶ୍ରମ ଯାଇ ଗରିବ ଅସହାୟଙ୍କୁ ଗୋଟିଏ ମାସର ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ ଚେୟାରମେନ ଶ୍ରୀ କୁମରମଣି ନାୟକ, ପଞ୍ଚାୟତ ଅଫିସର ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଏହି ମହତ କାମକୁ ଅଂଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

one × 1 =